ରଣବୀର ଆହ୍ଲାବାଦିଆଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି, କିଛି ସର୍ତ୍ତ ରଖି ଏହା କରିବାକୁ ଦେଲେ ଅନୁମତି
'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ' କାର୍ଯ୍ୟକ୍ରମରେ ବିବାଦୀୟ ମନ୍ତବ୍ୟ ମାମଲାରେ ରଣବୀର ଆହ୍ଲାବାଦିଆଙ୍କୁ ସୁପ୍ରିମକୋର୍ଟରୁ ଆଶ୍ଵସ୍ତି ମିଳିଛି। ସୁପ୍ରିମକୋର୍ଟ ତାଙ୍କ ଶୋ' 'ଦି ରଣବୀର ଶୋ'ର ପ୍ରସାରଣ ପାଇଁ ଅନୁମତି ଦେଇଛନ୍ତି। ଏହା ସହିତ ଶୋ' ସମୟରେ ମର୍ଯ୍ୟାଦା ପ୍ରତି ଧ୍ୟାନ ଦେବାକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।
ରଣବୀରଙ୍କ ଓକିଲଙ୍କ ଅନୁରୋଧ କ୍ରମେ ତାଙ୍କର କୌଣସି ଶୋ'କୁ ପ୍ରସାରିତ କରିବା ଉପରେ ଲାଗିଥିବା ରୋକ୍ କୁ ହଟାଇଛନ୍ତି କୋର୍ଟ । କିନ୍ତୁ ସର୍ତ୍ତ ରଖିଛନ୍ତି କି, ସମସ୍ତ ବୟସ ବର୍ଗର ଦେଖିବା ଯୋଗ୍ୟ କଣ୍ଟେଣ୍ଟ ହିଁ ପ୍ରସ୍ତୁତ କରାଯିବା ଉଚିତ୍ । କେନ୍ଦ୍ର ସରକାରଙ୍କୁ ଅଶ୍ଲୀଳ ସାମଗ୍ରୀ ଉପରେ ନିୟନ୍ତ୍ରଣ ପାଇଁ କୋର୍ଟ ପରାମର୍ଶ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ରଣବୀରଙ୍କୁ ପ୍ରଥମେ ଯାଞ୍ଚରେ ସାମିଲ କରନ୍ତୁ, ପରେ ବିଦେଶ ଯିବାର ଅନୁରୋଧ ଉପରେ ବିଚାର କରାଯିବ ।

ଏହାସହିତ ସୁପ୍ରିମକୋର୍ଟ ରଣବୀରଙ୍କୁ ବିଦେଶ ଯାତ୍ରା ଅନୁମତି ଦେବାକୁ ମନା କରିଦେଇଛନ୍ତି । କୋର୍ଟ କହିଛନ୍ତି, ମାମଲାର ଯାଞ୍ଚରେ ସାମିଲ ହେବା ପରେ ଯାଇ ଏ ବାବଦରେ ଅନୁମତି ମିଳିପାରେ । ଏହା ସହିତ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ସୋସିଆଲ ମିଡିଆକୁ ନିୟନ୍ତ୍ରିତ କରିବା ପାଇଁ ଗାଇଡଲାଇନ ପ୍ରସ୍ତୁତ କରିବାକୁ କହିଛନ୍ତି । ତେବେ ଏଥିପାଇଁ ସବୁ ପରାମର୍ଶ ନେବାକୁ ମଧ୍ୟ କୁହାଯାଇଛି ।












Click it and Unblock the Notifications