ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ

ପଶ୍ଚିମବଙ୍ଗ ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ । ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି ପଶ୍ଚିମବଙ୍ଗ ପୋଲିସ । ପୀଡିତାଙ୍କ ବାପା ଦାୟର କରିଥିବା ଏଫଆଇଆରକୁ ଭିତ୍ତି କରି ଏହି ଗିରଫଦାରୀ ହୋଇଛି । ଆଜି ଗିରଫ ମୁଖ୍ୟ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ।

West Bengal

ଏପଟେ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗକୁ ପୋଲିସ ଖଣ୍ଡନ କରିଛି । 'ତଦନ୍ତ ଓ ଡାକ୍ତରୀ ମାଇନାରୁ ଗଣଦୁଷ୍କର୍ମ ହୋଇନଥିବା ସ୍ପଷ୍ଟ' ହୋଇଥିବା ଆସାନସୋଲ-ଦୁର୍ଗାପୁର ସିପି ସୁନୀଲ କୁମାର କହିଛନ୍ତି । 'ଦୁଷ୍କର୍ମରେ କେବଳ ଜଣେ ଅଭିଯୁକ୍ତର ଭୂମିକା ରହିଛି । ପୀଡ଼ିତା ପୋଲିସକୁ ଦେଇଥିବା ବୟାନରେ ମଧ୍ୟ ପୁରୁଷ ବନ୍ଧୁଙ୍କ ସହ ବାହାରକୁ ଯାଇଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିବା କହିଥିଲେ ।

ସେପଟେ ଗତକାଲି ଏହି ମାମଲାରେ କ୍ରାଇମ ସିନ ରିକ୍ରିଏଟ ହୋଇଥିଲା । ଗିରଫ ପାଞ୍ଚ ଅଭିଯୁକ୍ତଙ୍କୁ ନେଇ କ୍ରାଇମ ସିନ ରିକ୍ରିଏଟ କରିଥିଲା ଆସାନସୋଲ- ଦୁର୍ଗାପୁର ପୋଲିସ । କ୍ରାଇମ ସିନରୁ ପ୍ରମାଣ ଯୋଗାଡ଼ କରିଛି ପୋଲିସ । ପୀଡ଼ିତାଙ୍କ ବୟଫ୍ରେଣ୍ଡ ମଧ୍ୟ କ୍ରାଇମସିନ ରିକ୍ରିଏସନ ବେଳେ ଉପସ୍ଥିତ ରହିଥିଲା । ପରାଣଗଞ୍ଜ ଜଙ୍ଗଲ ଅଞ୍ଚଳରେ ହୋଇଥିଲା କ୍ରାଇମସିନ ରିକ୍ରିଏସନ । ପୂରା ଘଟଣାର ଭିଡିଓଗ୍ରାଫି କରାଯାଇଥିଲା । ଅଭିଯୁକ୍ତଙ୍କ ପୋଷାକକୁ ଫୋରେନସିକ ଲାବକୁ ପରୀକ୍ଷା ପାଇଁପଠାଯିବ। ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା କରାଯାଇଛି । ସମସ୍ତଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହେବ । କିଛି ନିକଟସ୍ଥ ଗ୍ରାମବାସୀଙ୍କୁ ମଧ୍ଯ ପଚରାଉଚରା କରାଯାଇଛି । ଅକ୍ଟୋବର ୧୦ ତାରିଖରେ ପଶ୍ଚିମବଙ୍ଗ ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜରେ ପଢୁଥିବା ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+