ପୁଣି ଦିଲ୍ଲୀ ହାଇକୋର୍ଟ ଦ୍ବାରସ୍ଥ ହେଲେ ମହୁଆ
ନୂଆଦିଲ୍ଲୀ: ସରକାରୀ ବାସଭବନ ଖାଲି କରିବା ନୋଟିସ ପାଇବା ପରେ ଟିଏମସି ନେତ୍ରୀ ମହୁଆ ମୋଇତ୍ରା ସୋମବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଲୋକ ସଭାରୁ ବହିଷ୍କୃତ ହେବା ପରେ ମହୁଆଙ୍କୁ ଫେବୃୟାରୀ ୭ସୁଦ୍ଧା ସରକାରୀ ବାସଭବନ ଖାଲି କରିବାକୁ ଇଷ୍ଟେଟ ନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଦେଇଛି ।

ପିଟିଆଇ ଅନୁଯାୟୀ, ତାଙ୍କ ଆବେଦନକୁ ମଙ୍ଗଳବାର ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇପାରେ। ଏହି ଆବେଦନରେ ମହୁଆ ଅନୁରୋଧ କରିଛନ୍ତି ଯେ, ଇଷ୍ଟେଟ ନିର୍ଦ୍ଦେଶାଳୟର ଡିସେମ୍ବର ୧୧ର ଆଦେଶକୁ ବାତିଲ କରିଦିଆଯାଉ କିମ୍ବା ମହୁଆଙ୍କୁ ୨୦୨୪ ଲୋକ ସଭା ଫଳାଫଳ ଘୋଷଣା ନ ହେବା ପର୍ଯ୍ୟନ୍ତ ବିକଳ୍ପ ଭାବରେ ବାସଭବନରେ ରହିବାକୁ ଅନୁମତି ଦିଆଯାଉ।
ଏହାପୂର୍ବରୁ ଲୋକସଭା ଗୃହ କମିଟି ମହୁଆ ମୋଇତ୍ରା ଙ୍କୁ ଦିଆଯାଇଥିବା ସରକାରୀ ଘର ଖାଲି କରିବାକୁ ନଗର ଉନ୍ନୟନ ମନ୍ତ୍ରଣାଳୟକୁ ଚିଠି ଲେଖିଥିବାର ଖବର ଆସିଥିଲା। ନଗର ଉନ୍ନୟନ ମନ୍ତ୍ରଣାଳୟ ମହୁଆଙ୍କୁ ସ୍ୱତନ୍ତ୍ର କୋଟା ଅନ୍ତର୍ଗତ ଆବାସ ପ୍ରଦାନ କରିଥିଲା।












Click it and Unblock the Notifications