କାଲି ଲୋକସଭାର ଏଥିକ୍ସ କମିଟି ଆଗରେ ହାଜର ହେବେ ମହୁଆ ମୋଇତ୍ରା, କହିଲେ ପ୍ରତିପକ୍ଷଙ୍କୁ କରାଯାଉ କ୍ରସ୍-ଏକଜାମିନ
କ୍ୟାସ ଫର କ୍ୱେରି ବା ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲା । ଆସନ୍ତାକାଲି ( ନଭେମ୍ବର ୨ରେ ) ଲୋକସଭାର ଏଥିକ୍ସ କମିଟି ଆଗରେ ହାଜର ହେବେ ମହୁଆ ମୋଇତ୍ରା । ଏ ନେଇ ସେ ଟୁଇଟ କରିଛନ୍ତି ।
ଟ୍ୱିଟରରେ ସେ ଏକ ଦୁଇ ପୃଷ୍ଠାର ଚିଠି ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ସୁପ୍ରିମକୋର୍ଟର ଓକିଲ ଜୟ ଅନନ୍ତ ଦେହଦ୍ରାହିଙ୍କୁ କ୍ରସ୍-ଏକଜାମିନ କରିବାର ଇଚ୍ଛା ବିଷୟରେ ଉଲ୍ଲେଖ କରିଛନ୍ତି।
ଏହି ମାମଲାରେ ମହୁଆ ମୋଇତ୍ରାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ବିଜେପି ସାଂସଦ ଏବଂ ଓକିଲ ଜୟ ଅନନ୍ତ ଦେହାଦ୍ରାହିଙ୍କ ସାକ୍ଷୀ ଦେବା ପରେ ଏଥିକ୍ସ କମିଟି ମହୁଆ ମୋଇତ୍ରାଙ୍କୁ ନିଜ ପକ୍ଷ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା ୨ ତାରିଖରେ ହାଜର ହେବା ପାଇଁ ଏଥିକ୍ସ କମିଟି ତରଫରୁ ମହୁଆ ମୋଇତ୍ରାଙ୍କୁ ନୋଟିସ୍ ଦିଆଯାଇଛି । ତେବେ ଏହା ଲୋକସଭା ଏଥିକ୍ସ କମିଟିର ଦ୍ୱିତୀୟ ନୋଟିସ୍ । ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କୁ କ୍ରସ୍-ଏକଜାମିନ କରିବାକୁ ମୋଇତ୍ରା ତାଙ୍କ ଦାବିକୁ ଦୋହରାଇଛନ୍ତି ।
ମଙ୍ଗଳବାର ଦିନ ଟିଏମସି ସାଂସଦ ମହୁଆ ମିତ୍ର, କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏବଂ ଏଆଇଏମଆଇଏମ ସାଂସଦ ଅସଦୁଦ୍ଦିନ ଓୱାଇସିଙ୍କ ସହ ଅନେକ ନେତା ଏହି ଆଲର୍ଟ ସହ ଜଡିତ ସ୍କ୍ରିନସଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
Since Ethics Committee deemed it fit to release my summons to the media I think it is important I too release my letter to the Committee before my “hearing” tomorrow. pic.twitter.com/A8MwFRsImk
— Mahua Moitra (@MahuaMoitra) November 1, 2023
କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ମଧ୍ୟ ତାଙ୍କ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମୋ ଅଫିସରେ କାର୍ଯ୍ୟ କରୁଥିବା ଅନେକ ଲୋକଙ୍କ ଫୋନକୁ ଏହି ମ୍ୟାସେଜ୍ ଆସିଛି । କଂଗ୍ରେସ ନେତା କେସି ଭେନୁଗୋପାଲ, ସୁପ୍ରିୟା ସୁନେତ୍ରା ଏବଂ ପୱନ ଖେଡା ମଧ୍ୟ ଏହି ମେସେଜ ଗ୍ରହଣ କରିଛନ୍ତି। ବିଜେପି ଭୟଭୀତ ହୋଇ କୌଣସି ଉପାୟରେ ଯୁବକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି ।
ଏଥିସହିତ ଆପଲରୁ ଏହି ସମଗ୍ର ପ୍ରସଙ୍ଗରେ ଏକ ବିବୃତ୍ତି ମଧ୍ୟ ଆସିଛି। ଆପଲର ଆଲଗୋରିଦମର ତ୍ରୁଟି ପାଇଁ ଏହି ସତର୍କ ତଥା ଆଲର୍ଟ ଆସିଛି । ସରକାର ଖୁବ୍ ଶୀଘ୍ର ଏ ସମ୍ପର୍କରେ ନିଜ ବିବୃତ୍ତି ଜାରି କରିପାରନ୍ତି ।












Click it and Unblock the Notifications