ସରକାରୀ ଆବାସ ଖାଲି କରିବେ ମୋହୁଆ ! କେନ୍ଦ୍ର ପଠାଇଲା ନୋଟିସ୍
Mahua Moitra: ବିବାଦରେ ଥିବା ଟିଏମସି ନେତା ମହୁଆ ମୈତ୍ରଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି । ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ସଂସଦ ସଦସ୍ୟତା ହରାଇଥିବା ମହୁଆଙ୍କୁ ଏବେ ସରକାରୀ ବଙ୍ଗଳା ଖାଲି କରିବା ପାଇଁ ନୋଟିସ୍ ପରେ ନୋଟିସ୍ ମିଳିବା ଆରମ୍ଭ କରିଛି । ମହୁଆ ବର୍ତ୍ତମାନ ଏହି ସରକାରୀ ବଙ୍ଗଳାରେ ରହୁଛନ୍ତି । ହେଲେ ଲୋକସଭାରୁ ବହିଷ୍କୃତ ହେବା ପରେ ତାଙ୍କୁ ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବା ପାଇଁ ଇଷ୍ଟେଟ୍ ନିର୍ଦ୍ଦେଶାଳୟ ତରଫରୁ ନୋଟିସ୍ ଜାରି କରାଯାଇଛି ।
#WATCH | Trinamool Congress Party (TMC) leader Mahua Moitra gets fresh notice to vacate her Government allotted accommodation in New Delhi.
The notice of Office of the Estate Officer and Assistant Director of Estates (Litigation), Directorate of Estates reads "The Applicant vide… pic.twitter.com/IJAU6GU0yO
— ANI (@ANI) January 17, 2024
ପ୍ରଥମେ ତାଙ୍କୁ ଘର ଖାଲି କରିବାକୁ ଏକ ନୋଟିସ୍ ମିଳିଥିଲା ଯେଉଁଥିରେ ତାଙ୍କୁ କୋର୍ଟକୁ ଯିବା ପାଇଁ ମଧ୍ୟ ଅନୁମତି ମିଳିଥିଲା । ହେଲେ ଏବେ ମିଳିଥିବା ନୋଟିସ ଅନୁସାରେ ଯଦି ସେ ସରକାରୀ ବଙ୍ଗଳା ଖାଲି ନ କରନ୍ତି ତେବେ ତାଙ୍କୁ ଜୋର ଜବରଦସ୍ତ ଘରୁ ବାହାର କରାଯିବ ବୋଲି କୁଯାଇଛି ।

ଏହା ପୂର୍ବରୁ ଅନେତ ନୋଟିସ୍ ମିଳିବା ସତ୍ୱେ ସେ ଏପର୍ଯ୍ୟନ୍ତ ଘର ଖାଲି କରିନାହାଁନ୍ତି । ଟିଏମସି ନେତାଙ୍କୁ ପ୍ରଥମେ ଜାନୁଆରୀ 7 ରେ ବଙ୍ଗଳା ଖାଲି କରିବାକୁ କୁହାଯାଇଥିଲା। ଏହା ପରେ ତାଙ୍କୁ ଜାନୁଆରୀ 8 ରେ ଏକ ନୋଟିସ ମଧ୍ୟ ମିଳିଥିଲା ଯେଉଁଥିରେ ତାଙ୍କୁ ତିନି ଦିନ ମଧ୍ୟରେ ବଙ୍ଗଳା ଖାଲି ନକରିବାର କାରଣ ପଚରାଯାଇଥିଲା। ଇଷ୍ଟେଟ୍ ନିର୍ଦ୍ଦେଶାଳୟ ପୁଣିଥରେ ଜାନୁଆରୀ 12 ରେ ଟିଏମସି ନେତାଙ୍କୁ ଏ ସମ୍ପର୍କରେ ନୋଟିସ୍ ପଠାଇଛି।












Click it and Unblock the Notifications