ସରକାରୀ ବାସଭବନ ଛାଡିଲେ ମହୁଆ ମୋଇତ୍ରା
Mahua Moitra News: ଟିଏମସି ନେତା ମହୁଆ ମୋଇତ୍ରା ଶେଷର ସରକାରୀ ବାସଭବନ ଘାଲି କରିଛନ୍ତି । ଶୁକ୍ରବାର ସକାଳେ ଇଷ୍ଟେଟ୍ ନିର୍ଦ୍ଦେଶାଳୟର ଏକ ଟିମ୍ ତାଙ୍କ ସରକାରୀ ବଙ୍ଗଳାକୁ ଖାଲି କରିବାକୁ 9B ଟେଲିଗ୍ରାଫ୍ ଲେନରେ ପହଞ୍ଚିଥିଲା । ପୂର୍ବରୁ ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ଉଭିଯୋଗରେ ତାଙ୍କୁ ଲୋକସଭାରୁ ବହିଷ୍କୃତ କରାଯାଇଥିଲା । ଯାହା ପରେ ତାଙ୍କୁ ଦିଲ୍ଲୀରେ ଥିବା ସରକାରୀ ବାସଭବନ ଖାଲି କରିବାକୁ ନୋଟିସ୍ ଜାରି କରାଯାଇଥିଲା ।

ସରକାଙ୍କ ନୋଟିସକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ମହୁଆ । ହେଲେ କୋର୍ଟ ପକ୍ଷରୁ ତାଙ୍କ ଆବେଦନକୁ ଖାରଜ କରାଯାଇଥିଲା ଏବଂ ଶେଷରେ ଦିଲ୍ଲୀ ଟେଲିଗ୍ରାଫ ଲେନରେ ଥିବା ନାଇନ-ବି ସରକାରୀ ବଙ୍ଗଳାକୁ ସେ ଛାଡିଥିଲେ । ନ୍ୟୁଜ ରିପୋର୍ଟ ଅନୁସାରେ, ଘର ଖାଲି କରିବା ସମୟରେ ମହୁଆ ସେଠାରେ ଉପସ୍ଥିତ ନଥିଲେ ।
ସୂଚନା ଅନୁସାରେ, ଜାନୁଆରୀ 8 ରେ ଏକ ନୋଟିସ ମଧ୍ୟ ମିଳିଥିଲା ଯେଉଁଥିରେ ତାଙ୍କୁ ତିନି ଦିନ ମଧ୍ୟରେ ବଙ୍ଗଳା ଖାଲି ନକରିବାର କାରଣ ପଚରାଯାଇଥିଲା। ଇଷ୍ଟେଟ୍ ନିର୍ଦ୍ଦେଶାଳୟ ପୁଣିଥରେ ଜାନୁଆରୀ 12 ରେ ଟିଏମସି ନେତାଙ୍କୁ ଏ ସମ୍ପର୍କରେ ନୋଟିସ୍ ପଠାଯାଇଥିଲା ।












Click it and Unblock the Notifications