Get Updates
Get notified of breaking news, exclusive insights, and must-see stories!

ମହିଳା କର୍ମଚାରୀଙ୍କ ପାଇଁ ୫ ବର୍ଷର ମାତୃତ୍ୱ ଛୁଟି, ଏହି କମ୍ପାନୀ ଦେଲା ବଡ଼ ଉପହାର

ନୂଆଦିଲ୍ଲୀ: ମହିଳା କର୍ମଚାରୀଙ୍କ ପାଇଁ ୫ ବର୍ଷର ମାତୃତ୍ୱ ଛୁଟି । ମହିଳା କର୍ମଚାରୀଙ୍କୁ ବଡ଼ ଏହି କମ୍ପାନୀ ଦେଲା ବଡ଼ ଉପହାର । ଗାଡି ନିର୍ମାତା କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ତରଫରୁ ନିଜର ମହିଳା କର୍ମଚାରୀଙ୍କ ପାଇଁ ନୂଆ ମାତୃତ୍ୱ ଛୁଟି ନିୟମ ଜାରି କରିଛି । ସେପଟେ କମ୍ପାନୀର ଏଭଳି ନିୟମକୁ ସାରା ଶିଳ୍ପ ଜଗତ ପ୍ରଶଂସା କରିଛି ।

ଏହି ନିୟମକୁ କମ୍ପାନୀ 'କ୍ୟାରିୟର ଆଣ୍ଡ କେୟାର' ଯୋଜନାରେ ନାମିତ କରିଛି । ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀ ସହିତ ଜଡିତ ସମସ୍ତ ମହିଳା କର୍ମଚାରୀଙ୍କୁ ଏହି ସୁବିଧା ମିଳିବ ।

Mahindra

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କାରଖାନାରେ କାମ କରୁଥିବା ମହିଳା କର୍ମଚାରୀମାନଙ୍କୁ ମଧ୍ୟ ନୂଆ ମାତୃତ୍ୱ ନୀତି ଅଧୀନରେ ସୁରକ୍ଷା ପ୍ରଦାନ କରାଯିବ । କମ୍ପାନୀର ମାନବ ସମ୍ବଳ ମୁଖ୍ୟ ରୁଜେହ ଇରାନୀ କହିଛନ୍ତି କି, ଯେଉଁ ମହିଳାମାନେ ସନ୍ତାନ ଜନ୍ମ କରିବାକୁ ଯାଉଛନ୍ତି ବା ସରୋଗେସି ମାଧ୍ୟମରେ ମା' ହେବାକୁ ଯାଉଛନ୍ତି ସେମାନଙ୍କୁ ଏହି ନୀତି ଅଧୀନରେ ଅନ୍ତର୍ଭୁକ୍ତ କରାଯିବ ।

ନୂଆ ମାତୃତ୍ୱ ଛଟି ନୀତିରେ ସମସ୍ତ ଗର୍ଭବତୀ ମହିଳାଙ୍କୁ ୬ ମାସର ନମନୀୟ କାର୍ଯ୍ୟ ବିକଳ୍ପ ଓ ଏବଂ ୨୪ ମାସର ହାଇବ୍ରିଡ କାର୍ଯ୍ୟ ବିକଳ୍ପ ଦିଆଯାଇଛି । ଛୁଟି ସରିବା ପରେ ମ୍ୟାନେଜରଙ୍କ ଅନୁମୋଦନ କ୍ରମେ ୨୬ ସପ୍ତାହ ମାତୃତ୍ୱ ଛୁଟି ଉପଲବ୍ଧ ହେବ । ଏହା ସହ ମହିଳା କର୍ମଚାରୀଙ୍କୁ ସପ୍ତାହର ଆବଶ୍ୟକ ମାତୃତ୍ୱ ଛଟି ମଧ୍ୟ ଦିଆଯିବ ।

ଏହାସହ କମ୍ପାନୀ ତରଫରୁ ଏନେଇ ଏକ ସେଟ୍ ପ୍ରସ୍ତୁତ କରାଯାଇଛି । ଏଥିରେ ପୁରା ୫ବର୍ଷର ଯାତ୍ରାକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଅଧୀନରେ ପ୍ରସବ ପୂର୍ବରୁ ଗୋଟିଏ ବର୍ଷ, ମାତୃତ୍ୱ ସମୟରେ ଏକ ବର୍ଷ ଓ ମା' ହେବାର ୩ ବର୍ଷ ପରେ ଏହି ବୀମାରାଶି ପ୍ରଦାନ କରାଯିବ ।

ଏହାସହ ନୂଆ ମାତୃତ୍ୱ ନିୟମରେ ଆଇଭିଏଫ୍ ଚିକିତ୍ସା ଖର୍ଚ୍ଚରେ ୭୫ ପ୍ରତିଶତ ରିହାତି, ଦୈନିକ ପରିବହନ ସୁବିଧା ଏବଂ ଗର୍ଭାବସ୍ଥାର ଶେଷ ତୈମାସିକରେ ପ୍ରିମିୟମ ଇକୋନୋମି କିମ୍ବା ବିଜନେଓ କ୍ଲାସ ଯାତ୍ରାର ସୁବିଧା ମଧ୍ୟ କମ୍ପାନୀ ଉପଲବ୍ଧ କରାଇବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+