ମୁମ୍ବାଇ ନଗର ନିଗମ ନିର୍ବାଚନରେ 'ମହାୟୁତି'କୁ ଐତିହାସିକ ବହୁମତ
ମୁମ୍ବଇ ପୌର ନିର୍ବାଚନରେ ବଡ ବିଜୟ ଆଡକୁ ଅଗ୍ରସର ହେଉଛି ବିଜେପି । ନାସିକରେ ବିଜୟ ଖାତା ଖୋଲିଛି ବିଜେପି । ୱାର୍ଡ ୨୫ରେ ଦୁଇଟି ଆସନ ଜିତିଛି ବିଜେପି । ବିଏମସି ପାଇଁ କଂଗ୍ରେସ, ବିଜେପି, ଏନସିପି, ଶିବସେନା ଏବଂ ଏଆଇଏମଆଇଏମ ମଧ୍ୟରେ କଡା ଟକ୍କର ଚାଲିଛି ।

ପ୍ରାରମ୍ଭିକ ଭୋଟ ଗଣତିରେ ୫୫୧ସିଟରେ ବିଜେପି ଆଗୁଆ ରହିଥିବା ସୂଚନା ମିଳିଛି । ଆଜି ସନ୍ଧ୍ୟା ସୁଦ୍ଧା ପ୍ରତ୍ୟେକ ନଗର ନିଗମରେ କିଏ ବିଜୟୀ ହୋଇଛି ତାହା ସ୍ପଷ୍ଟ ହୋଇଯିବ। ୨୯ଟି ନଗର ନିଗମରେ ୮୯୩ଟି ୱାର୍ଡ ଅଛି, ଯେଉଁଥିରେ ୨,୮୬୯ଟି ଆସନ ପାଇଁ ୧୫,୯୩୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପ୍ରାୟ ୩୪.୮ ନିୟୁତ ଭୋଟର ସେମାନଙ୍କର ଭାଗ୍ୟ ନିର୍ଣ୍ଣୟ କରିଛନ୍ତି, ଯାହା ଆଜି ଘୋଷଣା କରାଯିବ।












Click it and Unblock the Notifications