Get Updates
Get notified of breaking news, exclusive insights, and must-see stories!

ମହାତ୍ମା ଗାନ୍ଧୀଙ୍କୁ ଅପମାନ, ବିଅର କେନରେ ଗାନ୍ଧୀଙ୍କ ଫଟୋ

ନୂଆଦିଲ୍ଲୀ: ଯେଉଁ ଗାନ୍ଧିଜୀଙ୍କୁ ନିଶାମୁକ୍ତ ଅଭିଯାନର କର୍ଣ୍ଣଧାରା କୁହାଯାଉଥିଲା ସେହି ବାପୁଙ୍କର ଫଟୋ ବିଅର ବୋତଲରେ ରହିଛି । ଋଷିଆର ଏକ ବିୟର ବ୍ରାଣ୍ଡ ବୋତଲରେ ମହାତ୍ମା ଗାନ୍ଧୀଙ୍କ ଫଟୋ, ସ୍ବାକ୍ଷର ରହିଥିବା ଦେଖାଯାଇଛି ।ଯାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତି କହୁଛନ୍ତି, ସେମାନେ ମହାତ୍ମା ଗାନ୍ଧୀଙ୍କ ନାମରେ ବିୟର ବିକ୍ରି କରୁଛନ୍ତି ଏବଂ ଆମେ ଏହାକୁ ଆମ ମୁଦ୍ରାରେ ଲଗାଉଛୁ ।

ଏହି ବିୟର କୁ ରିଭେର୍ଟ ବ୍ରାଣ୍ଡ ପ୍ରସ୍ତୁତ କରିଥିଲା । କେନ ବୋତଲରେ ମଧ୍ୟ ଗାନ୍ଧୀଙ୍କ ଛବି ସହ ଦସ୍ତଖତ ରହିଛି ।ଏହି ଭିଡିଓକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଏହା ପ୍ରଥମ ଘଟଣା ନୁହେଁ । ଇସ୍ରାଇଲ ମଧ୍ୟ ପୂର୍ବରୁ ମଦ କ୍ୟାନରେ ବାପୁଙ୍କର ଫଟୋ ରଖିଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ବିରୋଧ ସୃଷ୍ଟି ହୋଇଥିଲା ।

Mahatma Gandhi

ପରେ ମଦ କମ୍ପାନୀ କ୍ଷମା ପ୍ରାର୍ଥନା କରିଥିଲେ । ଅନ୍ୟପଟେ ଆମେରିକାରୁ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଥିଲା । ତେବେ ମହାତ୍ମା ଗାନ୍ଧୀଙ୍କୁ ନେଇ ଏଭଳି ଅସମ୍ମାନ ବର୍ତ୍ତମାନ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ସ୍ବୀକାରଯୋଗ୍ୟ ନୁହେଁ ଭାରତର ଅପମାନ ବୋଲି କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+