ମହାରାଷ୍ଟ୍ର ମହାନାଟକରେ ପୋଷ୍ଟ ୱାର, ଶରଦ ପାୱାରଙ୍କୁ 'ବାହୁବଳୀ' ଓ ଅଜିତ ପାୱାରଙ୍କୁ ସଜାଇଲେ 'କଟ୍ଟପା' !
ନୂଆଦିଲ୍ଲୀ: ମହାରାଷ୍ଟ୍ର ମହାନାଟକରେ ଏବେ ଏଣ୍ଟ୍ରୀ ମାରିଲା ପୋଷ୍ଟ ୱାର । ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ର ଛାତ୍ର ସଂଗଠନ ଅଜିତ ପାୱାରଙ୍କ ବିରୋଧରେ ଦିଲ୍ଲୀ କାର୍ଯ୍ୟାଳୟ ବାହାରେ ଏକ ପୋଷ୍ଟର ମାରିଛନ୍ତି । ଏହି ପୋଷ୍ଟରରେ ଗଦ୍ଦାର ଅର୍ଥାତ ବିଦ୍ରୋହୀ ବୋଲି ଲେଖାଯାଇଛି । ତେବେ ପୋଷ୍ଟରରେ ସାଉଥ ଇଣ୍ଡଷ୍ଟ୍ରୀ ସୁପରହିଟ୍ ମୁଭି ବାହୁବଳୀର ଫିଲ୍ମର ଏକ ସିନକୁ ଦେଖାଯାଇଛି । ଯେଉଁଠି କଟ୍ଟପା ବାହୁବଳୀକୁ ପଛରୁ ଖଣ୍ଡା ଭୂଷି ହତ୍ୟା କରୁଛି ।

ତେବେ ଏହି ପୋଷ୍ଟରେ ଅଜିତ ପାୱାରଙ୍କୁ କଟ୍ଟପା ଓ ଅମରନ୍ଦ୍ର ବାହୁବଳୀ ଭାବେ ଶରଦ ପାୱାରଙ୍କୁ ଦର୍ଶାଇ ଯାଇଛି ବୋଲି ଚର୍ଚ୍ଚା ହେଉଛି ଏବଂ ପୋଷ୍ଟର ଉପରେ ଗଦ୍ଦାର ବୋଲି ଲେଖାଯାଇଛି । ଏହି ପୋଷ୍ଟରରେ ଲେଖାଅଛି, "ସମଗ୍ର ଦେଶ ନିଜ ଭିତରେ ଲୁଚି ରହିଥିବା ଦେଶଦ୍ରୋହୀଙ୍କୁ ଦେଖୁଛି । ଜନସାଧାରଣ ଏପରି ଲୋକଙ୍କୁ କ୍ଷମା କରିବେ ନାହିଁ ।" ତେବେ ପୋଷ୍ଟରରେ କାହାର ନାମ ନାହିଁ ।
Amid NCP crisis, party's student wing takes 'Gaddar' jibe on Ajit Pawar camp with 'Baahubali' poster
Read @ANI Story | https://t.co/JOzo4dUvIM#NCP #SharadPawar #Poster #AjitPawar pic.twitter.com/D2ZBwZjgsS
— ANI Digital (@ani_digital) July 6, 2023
ସୂଚନାଥାଉ କି, ଗତ ୨ ତାରିଖରେ ଅଜିତ ତାଙ୍କର ସହଯୋଗୀ ବିଧାୟକଙ୍କ ସହିତ ବିଜେପି-ଏକନାଥ ଶିନ୍ଦେଙ୍କ ସରକାରରେ ସାମିଲ ହୋଇଥିଲେ । ଅଜିତ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ କିଛି ବିଧାୟକ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଥିଲେ । ତେବେ ଏହା ମଧ୍ୟରେ ଦଳ ଉପରେ କାହାର ମାଲିକାନା ରହିବ ସେ ନେଇ ଅଜିତ-ଶରଦଙ୍କ ଗୋଷ୍ଠୀ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ରାଜ୍ୟ ବିଧାନସଭାରେ ଏନସିପିର ମୋଟ ୫୩ ଜଣ ବିଧାୟକ ରହିଥିବା ବେଳେ ଦଳ ଉପରେ ନିଜର କର୍ତ୍ତୃତ୍ୱ ଜାହିର କରିବାକୁ ହେଲେ ୩୬ ବିଧାୟକଙ୍କର ସମର୍ଥନ ଜରୁରୀ ରହିଥିଲା ।












Click it and Unblock the Notifications