Maharastra Election Results 2024: ଟ୍ରେଣ୍ଡରେ 100 ପାର କଲା ମହାୟୁତି ମେଣ୍ଟ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶନିବାର ସକାଳୁ ମତଗଣନା ଚାଲିଛି। ସକାଳ ୮ଟାରୁ ଗଣତି କାର୍ଯ୍ୟ ଆରମ୍ଭ ହୋଇଛି। ପୋଷ୍ଟାଲ ବାଲଟ ଗଣତିରେ ମହାୟୁତି ମେଣ୍ଟ ଆଗରେ ରହିଛି।
ଟ୍ରେଣ୍ଡରେ 100 ପାର କଲା ମହାୟୁତି ମେଣ୍ଟ :
ମହାରାଷ୍ଟ୍ରରେ 'ଏକଜିଟ ପୋଲ'ର ପୂର୍ବାକଳନ ଅନୁରୂପ ନଜର ଆସୁଛି ପ୍ରାରମ୍ଭିକ ଟ୍ରେଣ୍ଡ । ଗଣତି ଆରମ୍ଭରୁ ଆଗରେ ଥିବା ମହାୟୁତୀ ମେଣ୍ଟ ଏବେ ଶହେ ପାର କରିଛି । ମେଣ୍ଟର 3 ପ୍ରମୁଖ ଦଳର ପ୍ରାର୍ଥୀ 100 ଆସନରେ ଆଗରେ ଚାଲିଛନ୍ତି । ଅବଶ୍ୟ ଏହି ଧାରା ପରିବର୍ତ୍ତନ ମଧ୍ୟ ହୋଇପାରେ । ରାଜ୍ୟରେ ସଂଖ୍ୟା ଗରିଷ୍ଠତା 145 ଆସନ ରହିଛି । ଗଣତି ଆରମ୍ଭରୁ ବିଜେପି ପାର୍ଟି ମୁଖ୍ୟାଳୟରେ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ପାଇଁ ଗତ ୨୦ ତାରିଖରେ ମତଦାନ ହୋଇଥିଲା। ସେଠାରେ ଶାସକ ଭାଜପା ନେତୃତ୍ୱାଧୀନ ମହାୟୁତି ମେଣ୍ଟ ଏବଂ ବିରୋଧୀ ମହା ବିକାଶ ଅଘାଡ଼ି ମଧ୍ୟରେ ଜୋର୍ଦାର ଲଢ଼େଇ ହୋଇଥିଲା। ସେଠାରେ ମତଦାନ ହାର ୬୬.୦୫ ରହିଛି। ଭାଜପା, ଶିବସେନା (ଏକନାଥ ଶିନ୍ଦେ ଗୋଷ୍ଠୀ) ଏବଂ ଅଜିତ ପାଓ୍ବାରଙ୍କ ଏନ୍ସିପିକୁ ନେଇ ଗଠିତ ମହାୟୁତି ମେଣ୍ଟକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିବ ବୋଲି ଅଧିକାଂଶ ଏକ୍ଜିଟ୍ ପୋଲ୍ (ବୁଥ୍ବାହୁଡ଼ା ଜନମତ ସର୍ଭେ) ରିପୋର୍ଟ ପ୍ରକାଶ ପାଇଛି। ଅନ୍ୟପକ୍ଷରେ କଂଗ୍ରେସ, ଶିବସେନା (ୟୁବିଟି) ଏବଂ ଏନ୍ସିପି(ଏସ୍ପି)କୁ ନେଇ ଗଠିତ ମହାବିକାଶ ଅଘାଡ଼ି କ୍ଷମତାକୁ ଫେରିବା ନେଇ ଆଶାବାଦୀ ରହିଛି।












Click it and Unblock the Notifications