ମହାରାଷ୍ଟ୍ର ପରେ ବିହାରରେ ଖେଳ ବିଗାଡିବାକୁ ବିଜେପି କରୁଛି ପ୍ରସ୍ତୁତି

ପାଟନା: ମହାରାଷ୍ଟ୍ର ପରେ ଏବେ ବିହାରରେ ହେବକି ଖେଳ । ବିହାର ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କ ମନ୍ତବ୍ୟ ପରେ ରାଜ୍ୟରେ ହଠାତ ରାଜନୀତି ଉଷ୍ମ ହୋଇଉଠିଛି । ମହାରାଷ୍ଟ୍ର ଘଟଣାର ପ୍ରତିକ୍ରିୟା ଦେବା ଅବସରରେ ସୁଶୀଲ ମୋଦୀ କହିଛନ୍ତି ଯେ, ବିହାରରେ ମଧ୍ୟ ସମୀକରଣ ମହାରାଷ୍ଟ୍ର ଭଳି ବଦଳିବାକୁ ଯାଉଛି । ଖୁବ ଶୀଘ୍ର ଏହା ଦେଖିବାକୁ ମିଳିବ ବୋଲି କହିଛନ୍ତି ସୁଶୀଲ ।

bihar

ଗତ ଜୁନ ମାସ ୨୩ ତାରିଖ ଦିନ ସମଗ୍ର ଦେଶର ଦ୍ରୁଷ୍ଟି ଆକର୍ଷଣ କରିଥିଲା ପାଟନାରେ ଆୟୋଜିତ ମିଳିତ ବିରୋଧୀ ଦଳଗୁଡିକର ବୈଠକ । ମୁଖ୍ଯତଃ ପାରମ୍ପରିକ ରାଜନୈତିକ ଶତ୍ରୁ ଲାଲୁ ଓ ନିତୀଶଙ୍କ ଏକତ୍ର ସମାବେଶ ଓ ରାହୁଲ ଗାନ୍ଧୀଙ୍କ ସକ୍ରିୟ ଯୋଗଦାନ ଅକୁହା ଯନ୍ତ୍ରଣା ଦେଇଛି କିଛି ବିରୋଧୀ ଦଳକୁ । ମହାରାଷ୍ଟ୍ରରେ ଏନସିପିରେ ବିଦ୍ରୋହ ଏହାର ଆଉ ଏକ କାରଣ ବୋଲି ଆକଳନ କରାଯାଉଛି ।

ବିହାର ଶାସନକୁ ହାତ ଛଡା କରିଥିବା ବିଜେପି ନିତୀଶ-ଲାଲୁ ସମୀକରଣକୁ ସହଜରେ ହଜମ କରିପାରୁନାହିଁ । ଏଥିପାଇଁ ମଉକାର ସନ୍ଧାନରେ ରହିଛି ବିଜେପି । ନିତୀଶଙ୍କ ବିଜେପି ବିରୋଧ ମେଳିକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଏକଦା ଅମିତ ଶାହ କହିଥିଲେ, "ନାକ ରଗଡିଲେ ମଧ୍ୟ ନିତୀଶଙ୍କ ପାଇଁ ଏନଡିଏ ଦ୍ଵାର କେବେ ଖୋଲାଯିବ ନାହିଁ ।" ଏଥି ସହିତ ନିତୀଶଙ୍କୁ ମାତ ଦେବାପାଇଁ ବ୍ୟାକଡୋର୍'ରେ ଅହରହ ଚେଷ୍ଟା ଚଳାଇଛି ବିଜେପି ।

ନିତୀଶଙ୍କ ଜନତା ଦଳ ୟୁନାଇଟେଡ ବ ଜେଡ଼ିୟୁର ନେତାମାନେ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଦେଖିବାକୁ ପସନ୍ଦ କରୁନାହାନ୍ତି ବୋଲି କହିଛନ୍ତି ବିଜେପି ନେତା ସୁଶୀଲ ମୋଦୀ । ବିହାର ରାଜଧାନୀରେ ବିରୋଧୀ ଦଳ ଗୁଡିକର ମେଳିରେ ସ୍ପଷ୍ଟ ଭାବରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀକୁ ନେଇ ଘୋଷଣା ହୋଇ ନଥିଲେ ସୁଦ୍ଧା ଲାଲୁଙ୍କ କଂଗ୍ରେସ ପ୍ରୀତି କଣ୍ଟ ଫୋଡିଲା ଭଳି ଜେଡ଼ିୟୁ ନେତାଙ୍କୁ ଲାଗୁଛି ବୋଲି ଅଲୋଚନା ହେଉଛି । ଏମିତିରେ ଦଳରେ ବିଦ୍ରୋହର ସ୍ଵର ଉଠିବା ବଡ କଥା ନୁହେଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+