Get Updates
Get notified of breaking news, exclusive insights, and must-see stories!

ମହାରାଷ୍ଟ୍ର କ୍ଯାବିନେଟ ମନ୍ତ୍ରୀ ନବାବ ମାଲିକ ଗିରଫ

ମୁମ୍ବାଇ: ଏକ ଗୁରୁତ୍ଵପୂର୍ଣ୍ଣ ଘଟଣା କ୍ରମରେ ମହାରାଷ୍ଟ୍ର କ୍ଯାବିନେଟ ମନ୍ତ୍ରୀ ନବାବ ମାଲିକ ଗିରଫ ହୋଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ନବାବଙ୍କୁ ଗିରଫ କରାଯାଇଛି। ମନି ଲଣ୍ଡେରିଙ୍ଗ ମାମଲାରେ ଛନ୍ଦି ହୋଇଥିବା ନବାବଙ୍କୁ ପୂର୍ବରୁ ମଧ୍ୟ ଜେରା କରାଯାଇଥିଲା। ଆଜି ନିର୍ଦ୍ଦେଶାଳୟରେ ବରିଷ୍ଠ ଅଧିକାରୀମାନେ ନବାବଙ୍କ ଘରେ ପହଞ୍ଚିଥିଲେ। କିଛି ଘଣ୍ଟା ଜେରା ପରେ ତାଙ୍କୁ ପ୍ରଥମେ ମେଡିକାଲ ଯାଞ୍ଚ ପାଇଁ ନିଆ ଯାଇଥିଲା। ମେଡିକାଲ ଯାଞ୍ଚ ପରେ ଇଡି ପକ୍ଷରୁ ତାଙ୍କୁ କଷ୍ଟଡିକୁ ନିଆଯିବ ବୋଲି ସୂଚନା ମିଳୁଛି। ଏହି ଘଟଣା ପରେ ମହାରାଷ୍ଟ୍ରରେ ରାଜନୀତି ଗରମ ହୋଇଛି।

Nawab Malik

ମହାରାଷ୍ଟ୍ର ସରକାରରେ କ୍ଯାବିନେଟ ପାହ୍ୟା ମନ୍ତ୍ରୀ ତଥା ବରିଷ୍ଠ ଏନସିପି ନେତା ନବାବ ମଲିକଙ୍କୁ ସମ୍ପତ୍ତି ହେରଫେର ମାମଲାରେ ଗିରଫ କରଯାଇଥିଲା। ଅଣ୍ଡର ୱର୍ଲ୍ଡ ଡନମାନଙ୍କ ସହିତ ଏହି ବେଆଇନ ସମ୍ପତ୍ତି କ୍ରୟ ଘଟଣା ସମ୍ପର୍କିତ ବୋଲି ପୂର୍ବରୁ ମହାରାଷ୍ଟ୍ର ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଅଭିଯୋଗ କରିଥିଲେ। ତେବେ ଏନସିପି ପକ୍ଷରୁ ଏହି ଘଟଣାକୁ ରାଜନୈତିକ ଆକ୍ରୋଶ ବୋଲି କୁହାଯାଇଛି। ଇଡି ଭଳି କେନ୍ଦ୍ର ସରକାରଙ୍କ ଏଜେନ୍ସି ଗୁଡିକ ରାଜନୈତିକ ଆଭିମୁଖ୍ଯ ରଖି ବିରୋଧୀ ଦଳକୁ ଟାର୍ଗେଟ କରାଯାଉଛି ବୋଲି କୁହାଯାଇଛି। ସେହିପରି ଶିବସେନା ନେତା ସଞ୍ଜୟ ରାଉତ ମଧ୍ୟ ଏହି ଗିରଫଦାରୀକୁ ସମାଲୋଚନା କରିଛନ୍ତି।

ଏହା ପୂର୍ବରୁ ମହାରାଷ୍ଟ୍ରର ଗୃହ ମନ୍ତ୍ରୀ ଅନିଲ ଦେଶମୁଖ ମଧ୍ୟ ଇଡି ଦ୍ଵାରା ଗିରଫ ହୋଇ ଗତ ଏକ ବର୍ଷ ହେଲା ଜେଲରେ ଅଛନ୍ତି । ଅନିଲ ଦେଶମୁଖ ଗିରଫ ହେବା ସମୟରେ ବି ମହାରାଷ୍ଟ୍ରରେ ରାଜନୈତିକ ପରିସ୍ଥିତି ଗମ୍ଭୀର ହୋଇଥିଲା। ସୂଚନା ଯୋଗ୍ୟଯେ, ନବାବ ମଲିକ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ମଧ୍ୟରେ ବାକଯୁଦ୍ଧ ତୀବ୍ର ହୋଇଥିଲା । ଉଭୟ ନବାବ ଏବଂ ଫଡନବିସଙ୍କ ପକ୍ଷରୁ ଏକାଧିକ ପ୍ରେସ କନଫେରେନ୍ସ ସହିତ ସାମାଜିକ ଗଣମାଧ୍ୟମର ସହାୟତା ନିଆଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+