ମହାରାଷ୍ଟ୍ରରେ ମହା ନାଟକ: ଉପ-ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଅଜିତ ପାୱାର, ଆଣିଲେ ୪୦ ବିଧାୟକ
ମୁମ୍ବାଇ: ମହାରାଷ୍ଟ୍ର ରାଜନୀତି ପୁଣି ନାଟକୀୟ ମୋଡ ନେଇଛି । ସମସ୍ତଙ୍କୁ ଚକିତ କରି ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ନିଜ ସମର୍ଥକଙ୍କ ସହ ସାମିଲ ହୋଇଛନ୍ତି ମହାରାଷ୍ଟ୍ର ସରକାରରେ । ୪୦ ଜଣ ବିଧାୟକଙ୍କୁ ନେଇ ଅଜିତ ପାୱାର ବିଜେପି ଓ ଶିବସେନାର ମିଳିତ ସରକାରରେ ସାମିଲ ହେବ ସହିତ ଉପ-ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ।

ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି, ଅଜିତ ପାୱାରଙ୍କ ସହିତ ତାଙ୍କ ଦଳ ଏନସିପିର ବରିଷ୍ଠ ନେତାମାନଙ୍କ ଉପସ୍ଥିତି । ଏହି ଘଟଣା କେବଳ ମହାରାଷ୍ଟ୍ର ସମେତ ସମଗ୍ର ଦେଶରେ ରାଜନୈତିକ ପାଣିପାଗକୁ ସତେଜ କରି ଦେଇଛି । ଏହି ଘଟଣାକୁ ଶିବ ସେନାର ଉଦ୍ଧବ ଗୋଷ୍ଠୀ ପକ୍ଷରୁ ସଞ୍ଜୟ ରାଉତ ନାଟକ ବାଜି ଭାବରେ ବର୍ଣ୍ଣନା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏହାକୁ ଡବଲ ଇଞ୍ଜିନ ସରକାର ସହିତ ତ୍ରିପଲ ଇଞ୍ଜିନ ବୋଲି ଅବିହିତ କରିଛନ୍ତି ।












Click it and Unblock the Notifications