Get Updates
Get notified of breaking news, exclusive insights, and must-see stories!

ବିବାଦରେ ମହାରାଷ୍ଟ୍ର ବିଜେପି ମୁଖ୍ୟଙ୍କ ବୟାନ, ମହିଳା ସାଂସଦଙ୍କୁ କହିଲେ...

ପୁଣି ଥରେ ବିବାଦରେ ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ। ଏଥର ଟାର୍ଗେଟରେ ଅଛନ୍ତି ଏନ ସିପି ସାଂସଦ ସୁପ୍ରିୟା ସୁଲେ। ସୁପ୍ରିୟା ସୁଲେଙ୍କୁ ନେଇ ଚନ୍ଦ୍ରକାନ୍ତ ଦେଇଥିବା ବୟାନକୁ ନେଇ ଏବେ ଚାରି ଆଡେ ନିନ୍ଦା କରା ଯାଉଛି।

ମୁମ୍ବାଇ: ପୁଣି ଥରେ ବିବାଦରେ ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ। ଏଥର ଟାର୍ଗେଟରେ ଅଛନ୍ତି ଏନସିପି ସାଂସଦ ସୁପ୍ରିୟା ସୁଲେ। ସୁପ୍ରିୟା ସୁଲେଙ୍କୁ ନେଇ ଚନ୍ଦ୍ରକାନ୍ତ ଦେଇଥିବା ବୟାନକୁ ନେଇ ଏବେ ଚାରି ଆଡେ ନିନ୍ଦା କରା ଯାଉଛି।

supriya sule

ବିଜେପି ନେତା କହିଛନ୍ତି , "ଯଦି ରାଜନୀତି ଜଣା ନାହିଁ ତେବେ ଘରେ ଯାଇ ରୋଷେଇ କରନ୍ତୁ। " ତେବେ ପାଟିଲଙ୍କ ଏହି ମନ୍ତବ୍ୟ କେବଳ ସୁପ୍ରିୟା ସୂଲେ ନୁହେଁ ବରଂ ମହିଳାଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇ ଥିବା ଅଭିଯୋଗ ହୋଇଛି । ମହାରାଷ୍ଟ୍ରରେ ଓବିସି ସଂରକ୍ଷଣକୁ ନେଇ ରାଜନୀତି ସରଗରମ ହୋଇଛି। ଏନ୍ସିପି ସାଂସଦ ସୁପ୍ରିୟା ସୁଲେ ନିକଟରେ କହିଥିଲେ ଯେ, ବିଜେପି ଶାସିତ ରାଜ୍ୟ ଗୁଡ଼ିକ ପଞ୍ଚାୟତ ନିବାର୍ଚନରେ ଓବିସି ସଂରକ୍ଷଣ ପାଇଁ ସୁପ୍ରିମକୋର୍ଟରୁ ଗ୍ରୀନ ସିଗ୍ନାଲ ପାଇଛନ୍ତି। ସେ ଏହାକୁ ମଧ୍ୟପ୍ରଦେଶ ସହ ତୁଳନା କରିଛନ୍ତି।

ଏନ୍ସିପି ସାଂସଦ ଦଳୀୟ ବୈଠକ ରେ କହିଛନ୍ତି ଯେ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦିଲ୍ଲୀ ଆସି କାହାକୁ ଜଣକୁ ଭେଟିଛନ୍ତି। ହଠାତ୍ ଏମିତି କଣ ହେଲା ଦୁଇ ଦିନ ଭିତରେ ଓବିସି ସଂରକ୍ଷଣ ନେଇ ଏକ ବଡ ପଦକ୍ଷେପ ନିଆଗଲା।

ସୁପ୍ରିୟା ସୁଲେ ପୁଣି କହିଛନ୍ତି , ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ଦିଲ୍ଲୀ ଗସ୍ତ ବେଳେ ସେ ତାଙ୍କୁ ଭେଟିଥିଲେ ଆଉ ଓବିସି ସଂରକ୍ଷଣ ପ୍ରସଙ୍ଗରେ ଆଲୋଚନା କରିଥିଲେ। କିନ୍ତୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କିଛି କହି ନଥିଲେ । ଏନ୍ସିପି ନେତ୍ରୀ ଏହି ମନ୍ତ୍ୟବ ର ଜବାବ ଦେବାକୁ ଯାଇ ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି।

ବିଜେପି ମୁଖ୍ୟ କହିଛନ୍ତି, ' ତୁମେ କାହିଁକି ରାଜନୀତିରେ ଅଛ, ଘରକୁ ଯାଇ ରୋଷେଇ କର। ଦିଲ୍ଲୀ ଯାଅ କି ମଶାଣୀକୁ ଯାଅ । କିନ୍ତୁ ଆମକୁ ଓବିସି ସଂରକ୍ଷଣ ଦିଅ। ତୁମେ ଜଣେ ଲୋକସଭା ସଦସ୍ୟା,ତଥାପି ଜଣେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆପଏଣ୍ଟମେଣ୍ଟ ନିଆଯାଏ। ' ଏହା ବ୍ୟତୀତ ବିଜେପି ନେତା, ସୁପ୍ରିୟା ସୁଲେଙ୍କୁ ଗାଆଁ କୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ପାଇଁ ପରାମର୍ଶ ଦେଇଛନ୍ତି ।

ପାଟିଲଙ୍କ ଏହି ବିବାଦୀୟ ବୟାନକୁ ନେଇ ଏନ୍ସିପି ଅକ୍ରାମକ ହୋଇଛି। ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି ଯେ, ବିଜେପି ନେତା ନିଜେ ରୁଟି ବନେଇବା ଶିଖନ୍ତୁ , ମୋ ଭଉଣୀ ବିଷୟ ରେ ଏପରି କହିବାକୁ ତାଙ୍କର କୌଣସି ଅଧିକାର ନାହିଁ। ସେହିପରି ସୁପ୍ରିୟାଙ୍କ ସ୍ବାମୀ ସଦାନନ୍ଦ ସୁଲେ କହିଛନ୍ତି, ମୋ ପତ୍ନୀଙ୍କ ପାଇଁ ମୁଁ ଗର୍ବିତ । ସେ ଜଣେ ଗୃହିଣୀ, ମାଆ ଏବଂ ସଫଳ ରାଜନେତ୍ରୀ। ଭାରତର କଠୋର ପରିଶ୍ରମୀ ଏବଂ ପ୍ରତିଭାଶାଳୀ ମହିଳାଙ୍କ ମଧ୍ୟରୁ ସେ ଅନ୍ୟତମ। ଚନ୍ଦ୍ରକାନ୍ତ ପାଟିଲ ମୋ ପତ୍ନୀଙ୍କୁ ନେଇ ଯେଉଁ ବୟାନ ଦେଇଛନ୍ତି ତାହା ସମଗ୍ର ମହିଳା ଜାତି ପାଇଁ ଏକ ଅପମାନ ବୋଲି ସଦାନନ୍ଦ କହିଛନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+