ମହାରାଷ୍ଟ୍ର ଟ୍ରେନ ଟ୍ରାଜେଡି ; ମୃତକଙ୍କ ପରିବାରକୁ ୫ ଲକ୍ଷ୍ୟ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ଜଳଗାଓଁ ଜିଲ୍ଲାରେ ବୁଧବାର ଟ୍ରେନ୍ ଧକ୍କାରେ ମୃତ୍ୟୁ ସଂଖ୍ୟା ୧୩ ଛୁଇଁଛି। ଟ୍ରେନ୍ରେ ନିଆଁ ଲାଗିଛି ବୋଲି ଏକ ଗୁଜବ ପ୍ରଚାରିତ ହେବା ପରେ ଭୟଭୀତ ହୋଇ ପୁଷ୍ପକ ଏକ୍ସପ୍ରେସ୍ର ଯାତ୍ରୀମାନେ ଟ୍ରେନ୍ରୁ ଓହ୍ଲାଇ ପଡ଼ିବା ପରେ ବିପରୀତ ଦିଗରୁ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ୍ ସେମାନଙ୍କ ଉପରେ ମାଡ଼ିଯାଇଥିଲା। ଫଳରେ ଦୁର୍ଘଟଣାରେ ୧୦ରୁ ଅଧିକ ପ୍ରାଣ ହରାଇଥିବା ବେଳେ ୭ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

ଏହି ଅଘଟଣ ଘଟିବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାବୀସ ଦୁଃଖ ପ୍ରକାଶ କରିଛନ୍ତି। ସେ ଦୁଃଖ ପ୍ରକାଶ କରିବା ସହ ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଦେବାକୁ ଘୋଷଣା କରିଛନ୍ତି। ଏହା ସହ ଆହତମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସେ ଆଶ୍ବାସନା ଦେଇଛନ୍ତି।
ରିପୋର୍ଟ ଅନୁଯାୟୀ, ପୁଷ୍ପକ ଏକ୍ସପ୍ରେସ୍ରେ ନିଆଁ ଲାଗିବାର ଗୁଜବ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଏହି ବିଶୃଙ୍ଖଳା ଭିତରେ କିଛି ଯାତ୍ରୀ ଜରୁରିକାଳୀନ ଚେନ୍ ଟାଣି ଚଳନ୍ତା ଟ୍ରେନ୍ରୁ ଡେଇଁ ପଡ଼ିଥିଲେ। ସେମାନେ ସମାନ୍ତରାଳ ଟ୍ରାକ୍ରେ ଓହ୍ଲାଇବା ବେଳେ ବିପରୀତ ଦିଗରୁ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ ସେମାନଙ୍କୁ ଧକ୍କା ଦେଇଥିଲା। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତକଙ୍କ ପ୍ରକୃତ ସଂଖ୍ୟା ଓ ଆହତଙ୍କ ଅବସ୍ଥା ଯାଞ୍ଚ କରାଯାଉଛି ବୋଲି ରେଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ କର୍ମଚାରୀଙ୍କ ସହ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଭୁସାୱାଲର ଡିଭିଜନାଲ ରେଲୱେ ମ୍ୟାନେଜର ସ୍ଥିତି ଅନୁଧ୍ୟାନ କରୁଛନ୍ତି।












Click it and Unblock the Notifications