ମହାରାଷ୍ଟ୍ର ଟ୍ରେନ ଦୁର୍ଘଟଣା ମାମଲା ; ମୃତ୍ୟୁ ସଂଖ୍ୟା ୧୩ ଛୁଇଁଲା, ତଦନ୍ତ ଆରମ୍ଭ

ମହାରାଷ୍ଟ୍ର ଜଲଗାଓଁରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ସେଣ୍ଟ୍ରାଲ ସର୍କଲ ରେଲଓ୍ବେ ସେଫ୍ଟି କମିଶନର ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। କିଭଳି ଭାବେ ଏତେ ବଡ ଅଘଟଣ ଘଟିଲା ଏବଂ କିଏ ନିଆଁ ଲାଗିଥିବା ଗୁଜବ ଖବର ଦେଇଥିଲା , ସେ ସବୁକୁ ଯାଞ୍ଚ କରାଯାଉଛି। ଟ୍ରେନରେ ନିଆଁ ଲାଗିଥିବାର ଗୁଜବ ୧୩ଜଣଙ୍କର ଜୀବନ ନେଇଛି। ସୂଚନା ଅନୁସାରେ ମହାରାଷ୍ଟ୍ରର ଜଲଗାଓଁ ଜିଲା ଅନ୍ତର୍ଗତ ମାହେଜି ଓ ପରଧାଡେ ଷ୍ଟେସନ ମଝି ଅଞ୍ଚଳ ପାଚୋରାଠାରେ ବୁଧବାର ଅପରାହ୍ଣ ପ୍ରାୟ ୫ଟାରେ ଏହି ଅପ୍ରତ୍ୟାଶିତ, ହୃଦୟ ବିଦାରକ ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଆହୁରି ପ୍ରାୟ ୫ଜଣ ଗୁରୁତର ଆହତ ହୋଇଛନ୍ତି।

ସେମାନଙ୍କୁ ସ୍ଥାନୀୟ ୩ଟି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଲକ୍ଷ୍ନୌରୁ ମୁମ୍ବଇ ଗାମୀ ପୁଷ୍ପକ ଏକ୍ସପ୍ରେସ୍‌ରେ ନିଆଁ ଲାଗିଥିବା ପ୍ରଚାର ହେବା ପରେ ଏହାର କେତେକ ଯାତ୍ରୀ ଜରୁରୀକାଳୀନ ରହଣି ଚେନ୍‌ ଟାଣି ଦେଇଥିଲେ। ଟ୍ରେନ୍‌ ଗତି ମନ୍ଥର ହେବା ପରେ ସେମାନେ ଜୀବନ ବିକଳରେ ସେଥିରୁ ଡେଇଁ ପଡ଼ିଥିଲେ। ଏହି ସମୟରେ ସନ୍ନିକଟ ଲାଇନ୍‌ରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ବେଙ୍ଗାଲୁରୁ-ଦିଲ୍ଲୀ କର୍ଣ୍ଣାଟକ ଏକ୍ସପ୍ରେସ୍‌ ଟ୍ରେନ୍‌ ସହ ଧକ୍କା ଖାଇ କଟି ଯାଇଥିଲେ। କେନ୍ଦ୍ରୀୟ ରେଳପଥ ଜନସମ୍ପର୍କ ଅଧିକାରୀ ସ୍ବପ୍ନୀଲ ନୀଲାଙ୍କ କହିବାନୁସାରେ ସମ୍ଭବତଃ ବ୍ରେକ୍‌ ଘଷି ହୋଇ କିମ୍ବା ଗରମ ଏକ୍ସିଲ୍‌ରୁ ଧୂଆଁ ବାହାରିଥାଇପାରେ। ଏହାକୁ ଦେଖି ଯାତ୍ରୀଙ୍କ ମଧ୍ୟରେ ଅଗ୍ନିକାଣ୍ଡର ଭୟ ଖେଳି ଯାଇଥିଲା। ଆତଙ୍କିତ ଯାତ୍ରୀ କିଛି ଚିନ୍ତା ନକରି ଚେନ୍‌ ଟାଣି ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ। ଏହି ଦୁର୍ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରେଳପଥ ପକ୍ଷରୁ ବର୍ଣ୍ଣନା କରାଯାଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍‌ ଏହି ଦୁର୍ଘଟଣାକୁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି କହିଛନ୍ତି। ରାଜ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟ ଗିରୀଶ ମହାଜନ ଓ ସ୍ଥାନୀୟ ଜିଲାପାଳ, ପୁଲିସ ଅଧୀକ୍ଷକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ଦୁର୍ଘଟଣା ନେଇ ବ୍ୟଥିତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ସମସ୍ତ ସହାୟତା ଯୋଗାଇଦେବାକୁ ଦୁଇ ମୁଖ୍ୟମନ୍ତ୍ରୀ ସମସ୍ତ ବନ୍ଦୋବସ୍ତ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+