Maharashtra Assembly Election: ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି,ଜାଣନ୍ତୁ କିଏ ଲଢ଼ିବେ କେଉଁଠୁ

Maharashtra Assembly Election: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭାଜପା ନିଜର ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି , ଆସନ୍ତା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଓ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଏନସିପି ସହ ମିଶି ବିଜେପି ନିର୍ବାଚନ ଲଢ଼ୁଛି।

୩ ଦଳ ମଧ୍ୟରେ ସିଟ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ ହେବା ପରେ ଆଜି ବିଜେପି ତା'ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ଦଳ ୯୯ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ନାଗପୁର ଦକ୍ଷିଣ-ପଶ୍ଚିମରୁ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ କାମାଥୀ ବିଧାନସଭା ଆସନରୁ ଦଳର ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେଙ୍କୁ ବିଜେପି ପ୍ରାର୍ଥୀ କରିଛି ।

modi shah amp amp nadda

ବିଜେପି ପ୍ରାର୍ଥୀ କରିଥିବା ୯୯ଟି ସିଟ୍ ମଧ୍ୟରେ ନାଗପୁର ଦକ୍ଷିଣ ପଶ୍ଚିମ ସିଟ୍ ଶୀର୍ଷରେ ଅଛି ଯେଉଁଠାରୁ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନାଗପୁର ଦକ୍ଷିଣ ପଶ୍ଚିମ ଆସନ ୨୦୦୯ରେ ସୃଷ୍ଟି ହୋଇଥିଲା, ସେବେଠାରୁ କେବଳ ଦେବେନ୍ଦ୍ର ହିଁ ଏଠାରେ ନିର୍ବାଚନରେ ବିଜୟୀ ହୋଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନଙ୍କ ଝିଅ ଶ୍ରୀଜୟ ଅଶୋକ ଚୌହାନଙ୍କୁ ଭୋକରରୁ ଟିକେଟ ଦିଆଯାଇଛି। ଏହି ଆସନକୁ ଅଶୋକ ଚାଭାନ ମଧ୍ୟ ପ୍ରତିନିଧିତ୍ୱ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+