ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଲେ ଉଦ୍ଧବ ଠାକରେ
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଛନ୍ତି ଉଦ୍ଧବ ଠାକରେ। ଅଢେଇ ବର୍ଷର ମହା ବିକାଶ ଅଘାଡି ସରକାରର ଆଜି ନାଟକୀୟ ଢଙ୍ଗରେ ପତନ ହୋଇଛି ।
ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଛନ୍ତି ଉଦ୍ଧବ ଠାକରେ। ଅଢେଇ ବର୍ଷର ମହା ବିକାଶ ଅଘାଡି ସରକାରର ଆଜି ନାଟକୀୟ ଢଙ୍ଗରେ ପତନ ହୋଇଛି। ବହୁମତ ସାବ୍ୟସ୍ତ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପରାଜୟ ବଦଳରେ ପଳାୟନର ରାସ୍ତା ଆପଣାଇଛନ୍ତି ଉଦ୍ଧବ ଠାକରେ ।

ଶିବସେନାର ୫୫ଜଣ ବିଧାୟକଙ୍କ ମଧ୍ଯରୁ ୩୯ଜଣ ବିଦ୍ରୋହ କରିବା ପରେ ସଙ୍କଟର ସମ୍ମୁଖୀନ ହୋଇଥିଲା ମହା ବିକାଶ ଅଘାଡି ସରକାର । ତେବେ ଆସନ୍ତାକାଲି ବହୁମତ ସାବ୍ଯସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଉଦ୍ଧବ ସରକାର ପକ୍ଷରୁ ରାଜ୍ଯପାଳଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଥିଲା। ଆଜି ଦିନସାରା ସୁପ୍ରିମକୋର୍ଟରେ ଏହି ମାମାଲାର ଶୁଣାଣିକୁ ନେଇ ଜାରି ରହିଥିଲା ସସ୍ପେନ୍ସ୍। ଆସନ୍ତାକାଲି ବହୁମତ ସାବ୍ୟସ୍ତ କରିବାକୁ ସୁପିମକୋର୍ଟ ନିର୍ଦ୍ଦେଶ ଦେବା ପରେ ପରାଜୟ ନିଶ୍ଚିତ ବୋଲି ଜାଣିଥିବା ଉଦ୍ଧବ ଇସ୍ତଫା ଦେବାକୁ ମନସ୍ଥ କରିଥିଲେ।
ଫେସବୁକ ଲାଇଭରେ ଇସ୍ତଫା ପ୍ରଦାନ:
ଫେସବୁକ ଜରିଆରେ ଲୋକଙ୍କୁ ତଥା ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବା ପରେ ଉଦ୍ଧବ ଇସ୍ତଫା ପ୍ରଦାନ ବିଷୟରେ ଘୋଷଣା କରିଥିଲେ। ବିଦାୟୀ ଭାଷଣରେ ଶିବସେନାର ଆଭିମୁଖ୍ଯ ସମ୍ବନ୍ଧରେ ସ୍ପଷ୍ଟ କରିଛନ୍ତି ଉଦ୍ଧବ। ହିନ୍ଦୁତ୍ଵ ହିଁ ଶିବସେନାର ଆଭିମୁଖ୍ଯ ବୋଲି କହିଛନ୍ତି ଉଦ୍ଧବ। ଅନଲାଇନ ପ୍ଲାଟଫର୍ମରେ ଇସ୍ତଫା ପ୍ରଦାନ ପରେ ରାଜ୍ୟପାଳଙ୍କୁ ସାକ୍ଷାତ କରି ବ୍ୟକ୍ତିଗତ ଭାବରେ ଇସ୍ତଫା ପତ୍ର ପ୍ରଦାନ କରିବା ପାଇଁ ଉଦ୍ଧବ ରାଜଭବନ ଗସ୍ତ କରିବେ ବୋଲି ଆକଳନ କରାଯାଉଛି। ସେହିପରି ଉଦ୍ଧବଙ୍କ ଇସ୍ତଫା ପ୍ରଦାନ ଯୋଗୁଁ ଆସନ୍ତା କାଲି ହେବାକୁ ଥିବା ବହୁମତ ସାବ୍ୟସ୍ତ ଟଳିଯିବ।
ନୂତନ ସରକାର ଗଠନ ପାଇଁ ସମୀକରଣ ଆରମ୍ଭ:
ଉଦ୍ଧବଙ୍କ ଇସ୍ତଫା ପରେ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଆହୁରି ଜଟିଳ ହୋଇଛି। ସମ୍ପ୍ରତି ବହୁମତ ସାବ୍ୟସ୍ତ ପାଇଁ ଚାଲିଥିବା ଅଟକଳରେ ଜବନିକା ପଡିଥିବା ବେଳେ ନୂତନ ସରକାର ଗଠନ ନିମନ୍ତେ ଆରମ୍ଭ ହୋଇଛି ସମୀକରଣ। ବିଜେପିରେ 106 ବିଧାୟକଙ୍କ ସହିତ ସିନ୍ଧେ କ୍ୟାମ୍ପର 39 ଜଣ ବିଧାୟକଙ୍କୁ ନେଇ ଗଠନ ହେବ ନୂତନ ସରକାର। ଉଦ୍ଧବ ଥାକରେ ଇସ୍ତଫା ପ୍ରଦାନ ପରେ ନୂଆ ସରକାର ଗଠନ ପାଇଁ ବିଜେପି ପକ୍ଷରୁ ରାଜୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications