ମହାରାଷ୍ଟ୍ର ସଙ୍କଟ: ଆସନ୍ତାକାଲି ବହୁମତ ସାବ୍ୟସ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ମହାସଙ୍କଟ ନିର୍ଣ୍ଣାୟକ ମୋଡରେ ଆସି ପହଁଚିଛି। ଆସନ୍ତାକାଲି ବହୁମତ ସାବ୍ଯସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ମହାସଙ୍କଟ ନିର୍ଣ୍ଣାୟକ ମୋଡରେ ଆସି ପହଁଚିଛି। ଆସନ୍ତାକାଲି ବହୁମତ ସାବ୍ଯସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ମହାରାଷ୍ଟ୍ର ରାଜ୍ୟପାଳ ମହାବିକାଶ ଅଘାଡି ସରକାରକୁ ବିଧାନସଭାରେ ବହୁମତ ସାବ୍ଯସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ଉଦ୍ଧବ ସରକାର ପକ୍ଷରୁ ରାଜ୍ଯପାଳଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଥିଲା। ଆଜି ଦିନସାରା ସୁପ୍ରିମକୋର୍ଟରେ ଏହି ମାମାଲାର ଶୁଣାଣିକୁ ନେଇ ଜାରି ରହିଥିଲା ସସ୍‌ପେନ୍ସ୍।

Maharashtra Political Crisis

ଏହି ବରିଷ୍ଠ ଆଇନଜୀବୀ ଲଢିଥିଲେ ମାମଲା:

ସୁପ୍ରିମକୋର୍ଟରେ ମହାବିକାଶ ଅଘାଡି ସରକାର ପକ୍ଷରୁ ଅଭିଷେକ ମନୁ ସିଂଘଭି ଲଢେଇ କରିଥିବା ବେଳେ ଶିବସେନାର ବାଗୀ ବିଧାୟକ ଗୋଷ୍ଠୀ ତଥା ଏକନାଥ୍ ସିନ୍ଧେଙ୍କ ପକ୍ଷରୁ ମନିନ୍ଦର ସିଂ କୋଏଲ୍ ପକ୍ଷ ରଖିଥିଲେ। ସେହିପରି ରାଜ୍ଯପାଳଙ୍କ ପକ୍ଷରୁ ଭାରତର ସଲିସିଟର ଜେନେରାଲ୍ ତୁଷାରକାନ୍ତ ମେହେଟା ମାମଲା ଲଢିଥିଲେ।

କୋର୍ଟରୁମର ନାଟକୀୟ ଆଲୋଚନା:

ଏହି ମାମଲାକୁ ଦୀର୍ଘ ସାଢେତିନି ଘଣ୍ଟାର ନାଟକୀୟ ଆଲୋଚନା ହୋଇଥିଲା। ପ୍ରଥମେ ଉଦ୍ଧାବଙ୍କୁ ଉଦ୍ଧାର କରିବାକୁ ଅଘାଡି ସରକାରଙ୍କ ପକ୍ଷ ରଖିଥିଲେ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି। ୧୬ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ନେଇ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିବା ବେଳେ ଏହାର ଶୁଣାଣି ଆସନ୍ତା ଜୁଲାଇ ୧୧ତାରିଖରେ ହେବ। ତେଣୁ ୧୧ତାରିଖ ପର୍ଯ୍ୟନ୍ତ ବିଧାନସଭାରେ ବହୁମତ ସାବ୍ଯସ୍ତ କରା ନଯାଉ ବୋଲି ସିଂଘଭି ଯୁକ୍ତି କରିଥିଲେ। ତେବେ ଏକନାଥ ସିନ୍ଧେଙ୍କ ପକ୍ଷରୁ ଲଢୁଥିବା ବରିଷ୍ଠ ଆଇନଜୀବୀ କୋଏଲ୍ କହିଥିଲେ ଶିବସେନାର ୩୯ଜଣ ବିଧାୟକ ସରକାରଙ୍କ ବିରୋଧରେ ରହିଥିବା ବେଳେ ବହୁମତ ସାବ୍ଯସ୍ତ କରିବା ଅବସମ୍ଭାବୀ ଅଟେ। ଆଇନଜୀବୀମାନେ ବିଗତ ଦିନରେ ହୋଇଥିବା ଅନୁରୁପ ଘଟଣାର ଉଦାହରଣକୁ କୋର୍ଟ ଆଗରେ ଯୁକ୍ତି ଭାବରେ ଉପସ୍ଥାପନ କରି ଶୁଣାଣିକୁ ଆହୁରି ଲମ୍ବା କରିଥିଲେ। ତେଣୁ ସନ୍ଧ୍ୟା ୫ଟାରୁ ଆରମ୍ଭ ହୋଇଥିବା ଏହି ଶୁଣାଣି ରାତି ୮.୩୦ ପର୍ଯ୍ୟନ୍ତ ଜାରି ରହିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+