ସରକାରଙ୍କ ବଡ଼ ଘୋଷଣା, ପ୍ରଥମରୁ ୫ମ ଶ୍ରେଣୀ ଯାଏ ହିନ୍ଦୀ ଭାଷା ବାଧ୍ୟତାମୂଳକ
ମହାରାଷ୍ଟ୍ର ସରକାର ୨୦୨୫-୨୬ ଶିକ୍ଷାବର୍ଷଠାରୁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିର ଘୋଷଣା କରିଛନ୍ତି। ଜାତୀୟ ଶିକ୍ଷା ନୀତି (ଏନ୍ଇପି) ୨୦୨୦ କାର୍ଯ୍ୟକାରୀ କରିବା ପାଇଁ ଏକ ବିସ୍ତୃତ ଯୋଜନା ଘୋଷଣା କରିଛନ୍ତି। ସରକାର ତାଙ୍କର ଏହି ଘୋଷଣାରେ ମରାଠୀ ଏବଂ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ୁଥିବା ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ହିନ୍ଦୀକୁ ବାଧ୍ୟତାମୂଳକ ତୃତୀୟ ଭାଷା ଭାବରେ ପ୍ରଚଳନ କରିବା ଦିଗରେ ଆଲୋକପାତ କରିଛନ୍ତି।

ମହାରାଷ୍ଟ୍ର SCERT ଏବଂ ବାଲଭାରତୀ ଦ୍ୱାରା ସ୍ଥାନୀୟ ପାଠ୍ୟକ୍ରମ ବିକାଶ ସହିତ ୫+୩+୩+୪ ମଡେଲ ଗ୍ରହଣ କରିବ। ମରାଠୀ ଏବଂ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀକୁ ବାଧ୍ୟତାମୂଳକ ତୃତୀୟ ଭାଷା ଭାବରେ ଅନ୍ତର୍ଭୁକ୍ତ କରାଯିବ। ମରାଠୀ ଏବଂ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀକୁ ବାଧ୍ୟତାମୂଳକ ତୃତୀୟ ଭାଷା ଭାବରେ ଅନ୍ତର୍ଭୁକ୍ତ କରାଯିବ। ସେହିଭଳି ସରକାର ୨୦୨୫ ସୁଦ୍ଧା ୮୦% ଶିକ୍ଷକଙ୍କୁ ନୂତନ ଶିକ୍ଷାଗତ ପଦ୍ଧତି ଏବଂ ଡିଜିଟାଲ ଉପକରଣରେ ତାଲିମ ଦେବାକୁ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି।












Click it and Unblock the Notifications