ସୋଲାର ବିସ୍ଫୋରକ କମ୍ପାନୀରେ ବଡ଼ ଧରଣର ବିସ୍ଫୋରଣ; ୯ ଜଣ ମୃତ, ଏକାଧିକ ଗୁରୁତର
ସୋଲାର ବିସ୍ଫୋରକ କମ୍ପାନୀରେ ବଡ଼ ଧରଣର ବିସ୍ଫୋରଣ । ନାଗପୁର ଜିଲ୍ଲା ବଜାରଗାଓଁ ଅଞ୍ଚଳରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ଏକାଧିକ ଗୁରୁତର ହୋଇଥିବା ସୂଚନା ମିଳିଛି । ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି । ମୃତ୍ୟୁସଂଖ୍ୟା ବଢ଼ିବା ନେଇ ଏବେ ବି ଆଶଙ୍କା ରହିଛି ।
ରବିବାର ସକାଳ ୯ ଟାରେ ପ୍ୟାକେଜିଂ କାର୍ଯ୍ୟ ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟିଛି । ଡିଟୋନେଟର ଏବଂ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଏଠାରେ ତିଆରି ।
ଏହି କମ୍ପାନୀ ନାଗପୁରର ବଜାରଗାଓଁ ଗ୍ରାମରେ ଅବସ୍ଥିତ । ମୃତ୍ୟୁ ସଂଖ୍ୟା ବଢିପାରେ । କମ୍ପାନୀର କାଷ୍ଟ ବୁଷ୍ଟର ପ୍ଲାଣ୍ଟରେ ପ୍ୟାକ୍ କରିବା ସମୟରେ ଏହି ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କୁ ଚିହ୍ନଟ କରାଯାଉଥିବା ଏସପି ନାଗପୁର ଗ୍ରାମୀଣ ହର୍ଷ ପୋଡଦାର କହିଛନ୍ତି ।

କର୍ମଚାରୀଙ୍କ ବହୁ ସଂଖ୍ୟକ ପରିବାର ସଦସ୍ୟ କମ୍ପାନୀ ବାହାରେ ଏକାଠି ହୋଇଛନ୍ତି । ପରିବାର କହିଛି ଯେ ପୋଲିସ-ପ୍ରଶାସନ କିମ୍ବା କମ୍ପାନୀ ଦ୍ୱାରା ଦୁର୍ଘଟଣା ସମ୍ପର୍କରେ ସେମାନଙ୍କୁ ସଠିକ୍ ସୂଚନା ଦିଆଯାଉ ନାହିଁ ।
ସୋଲାର କମ୍ପାନୀରେ ବ୍ଲାଷ୍ଟ ଯୋଗୁ ଘଟଣାସ୍ଥଳରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଜଣଙ୍କ ମୃତ୍ୟୁ ହୋଇଛି । ଖବର ମିଳିବା ପରେ ସ୍ଥାନୀୟ ପୋଲିସ ତୁରନ୍ତ ସେଠାରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିବା ସହିତ ମୃତଦେହକୁ ଜବତ କରିଛି । ଗୁରୁତରଙ୍କ ଅବସ୍ଥା ସଂକଟାପନ୍ନ ରହିଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଏହି ଘଟଣାକୁ ନେଇ କମ୍ପାନୀ ମାଲିକ ଦୁଃଖ ପ୍ରକାଶ କରିଛନ୍ତି ।
କିଛି ଦିନ ତଳେ କମ୍ପାନୀ ଭାରତୀୟ ପ୍ରତିରକ୍ଷା ବିଭାଗକୁ ବିସ୍ଫୋରକ ସାମଗ୍ରୀ ଯୋଗାଇ ଦେବାକୁ ଡିଲ୍ କରିଥିଲା । ସେଥିପାଇଁ କମ୍ପାନୀରେ ଜୋରସୋରରେ କାମ ଚାଲିଥିଲା । ସୂଚନାଯୋଗ୍ୟ, ଆଜି ସକାଳ ପ୍ରାୟ ୯ଟା ୩୦ ସମୟରେ ସୋଲାର ଇଣ୍ଡଷ୍ଟ୍ରିଜ୍ ଇଣ୍ଡିଆ ଲିମିଟେଡରେ ବିସ୍ଫୋରଣ ଘଟିଥିଲା।












Click it and Unblock the Notifications