ମହାରାଷ୍ଟ୍ରରେ ଚାଞ୍ଚଲ୍ୟ, ବିଷ ଖାଇ ଆତ୍ମହତ୍ୟା କଲେ ଗୋଟିଏ ପରିବାରର ୯ ସଦସ୍ୟ
ବନ୍ଦ ଘରୁ ମିଳିଲା ୯ ଜଣଙ୍କ ମୃତଦେହ । ମହାରାଷ୍ଟ୍ର ସାଙ୍ଗଲିରେ ହୃଦୟ ବିଦାରକ ଘଟଣ । ମାଣିକ ବନମୋରେ ନାମକ ଜଣେ ପଶୁ ଡାକ୍ତରଙ୍କ ଓ ତାଙ୍କ ସାନ ଭାଇଙ୍କ ଘରୁ ମିଳିଛି ମାଆ, ସ୍ତ୍ରୀ, ଛୁଆଙ୍କୁ ମିଶାଇ ୯ ଜଣଙ୍କ ମୃତଦେହ ।
ମୁମ୍ବାଇ: ବନ୍ଦ ଘରୁ ମିଳିଲା ୯ ଜଣଙ୍କ ମୃତଦେହ । ମହାରାଷ୍ଟ୍ର ସାଙ୍ଗଲିରେ ହୃଦୟ ବିଦାରକ ଘଟଣ । ମାଣିକ ବନମୋରେ ନାମକ ଜଣେ ପଶୁ ଡାକ୍ତରଙ୍କ ଓ ତାଙ୍କ ସାନ ଭାଇଙ୍କ ଘରୁ ମିଳିଛି ମାଆ, ସ୍ତ୍ରୀ, ଛୁଆଙ୍କୁ ମିଶାଇ ୯ ଜଣଙ୍କ ମୃତଦେହ । ଗୋଟିଏ ପରିବାରର ୯ ଜଣଙ୍କ ମୃତଦେହ ଘରେ ମିଳିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଏବେ ପୁଣି ଥରେ ମହାରାଷ୍ଟ୍ରରୁ ଏଭଳି ଘଟଣା ସାରା ଦେଶକୁ ଦୋହଲାଇଛି ।

ତେବେ ଏହା ଏକ ସାମୂହିକ ଆତ୍ମହତ୍ୟା ନା ସମସ୍ତ ୯ଜଣଙ୍କୁ ହତ୍ୟା କରାଯାଇଛି ପୋଲିସ ତାହା ଛାନଭିନ ଚାଲିଛି । ପ୍ରାଥମିକ ସୂଚନାନୁଯାୟୀ ସାଙ୍ଗଲିର ମିରଜ ଅଞ୍ଚଳରେ ରହୁଥିବା ଦୁଇ ଭାଇଙ୍କ ଏକାଠି ପରିବାର ସାମୂହିକ ଆତ୍ମହତ୍ୟା କରିଛନ୍ତି । ଦୁଇଟି ଭିନ୍ନ ଭିନ୍ନ କୋଠରୀରୁ ସମସ୍ତ ୯ଜଣଙ୍କ ଶବ ଠାବ ହୋଇଛି । ବିଷାକ୍ତ ଦ୍ରବ୍ୟ ଖାଇ ସମସ୍ତ ସଦସ୍ୟ ମୃତ୍ୟୁବରଣ କରିଥିବା କଥା କୁହାଯାଇଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ପ୍ରାଥମିକ ତଦନ୍ତ କରିଛି । ଋଣ ବୋଝ ସହିନପାରି ସପରିବାରେ ଆତ୍ମହତ୍ୟା କରିଥିବା ପୋଲିସ୍ ଆଶଙ୍କା କରିଛି ।
ଆତ୍ମହତ୍ୟା କରିଥିବା ଲୋକଙ୍କ ନାମ ପୋପଟ୍ ୟାଲାପ୍ପା ବନମୋରେ (ବୟସ - ୫୨ ବର୍ଷ), ସଂଗୀତା ପୋପାଟ ବନମୋରେ (ବୟସ - ୪୮ ବର୍ଷ), ଅର୍ଚ୍ଚନା ପୋପଟ୍ ବନମୋରେ (ବୟସ -୩୦ ବର୍ଷ), ଶୁଭମ ପୋପଟ୍ ବନମୋରେ (ବୟସ - ୨୮ ବର୍ଷ), ମାଣିକ ୟାଲାପ୍ପା ବନମୋରେ ( ବୟସ - ୨୮ ବର୍ଷ) ରେଖା ମାଣିକ ବନମୋରେ (ବୟସ - ୪୫ ବର୍ଷ), ଆଦିତ୍ୟ ମାଣିକ ବନମୋରେ (ବୟସ - ୧୫ ବର୍ଷ), ଅନୀତା ମାଣିକ ବନମୋରେ (ବୟସ - ୨୮ ବର୍ଷ) ଏବଂ ଅକାତାଇ ବନମୋରେ (ବୟସ -୭୨ ବର୍ଷ) ।












Click it and Unblock the Notifications