ବିଜେପି ଲୋଗୋରେ ନିର୍ବାଚନ ଲଢ଼ିବେ କି ସିନ୍ଧେଙ୍କ ନେତା?
ମୁମ୍ବାଇ: ଲୋକସଭା ଆସନ ବୁଝମଣା ପାଇଁ ମହାରାଷ୍ଟ୍ରର ଏନଡିଏରେ ବଡ଼ ଧରଣର ହଲ ଚଲ ଆରମ୍ଭ ହୋଇଛି । ଅମିତ ଶାହା ମଙ୍ଗଳବାର (୫ ମାର୍ଚ୍ଚ) ରାତି ୯ ଟାରେ ମୁମ୍ବାଇରେ ପହଞ୍ଚିବେ । ଏହା ପରେ ସେ ବିଜେପି ନେତା ତଥା ଅଜିତ ପାୱାରଙ୍କୁ ଭେଟିବାର କାର୍ଯ୍ୟ କ୍ରମ ରହିଛି ।ଶାହା ସମସ୍ତ ଏନଡିଏ ନେତାଙ୍କୁ ଭେଟିବେ । ବୁଧବାର ଦିନ ଏନଡିଏରେ ଆସନ ବୁଝମାଣା ନେଇ ଏକ ଆଲୋଚନା ହେବ ବୋଲି ଏବେ ରାଜନୈତିକ ମହଲରେ ଏବେ ଶୁଣାଯାଉଛି ।

ମହାରାଷ୍ଟ୍ରରେ ୪୮ ଟି ଲୋକସଭା ଆସନ ରହିଛି । ବିଜେପି ୩୦ ଟି ସ୍ଥାନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛି । ଶିବସେନା ୧୮ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିବା ବେଳେ ଏନସିପି ନେତା ଅଜିତ ପାୱାର ୧୦ ଟି ଆସନ ଦାବି କରୁଛନ୍ତି । ସୂଚନାନୁସାରେ, ବିଜେପି ୨୪ ଟି ଆସନ ପାଇପାରେ, ଏକନାଥ ସିନ୍ଧେ ୧୨ ଟି ସିଟ୍ ଏବଂ ଅଜିତ ପାୱାର ୬ଟି ସିଟ୍ ପାଇପାରନ୍ତି । ସୂଚନାନୁସାରେ, ଏହା ବ୍ୟତୀତ ବିଜେପି ୬ ଟି ଆସନରେ ନିଜ ଚିହ୍ନରେ ପ୍ରାର୍ଥୀ କରିବ କିନ୍ତୁ ପ୍ରାର୍ଥୀମାନେ ଶିବସେନାରୁ ଆସିବେ । ଏକ ସୂତ୍ରରୁ ଏହି ସୂଚନା ମିଳିଛି ।












Click it and Unblock the Notifications