ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳ live updates: ମହାରାଷ୍ଟ୍ରରେ ଏନଡିଏ, ଝାଡ଼ଖଣ୍ଡରେ ଇଣ୍ଡି
Maharashtra-Jharkhand Eelection Result: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ବିଜେପି ନେତୃତ୍ୱାଧୀନ ମହାୟୁତି। ଖବର ଲେଖାଯିବା ବେଳକୁ ୨୮୮ଟି ଆସନରୁ ୧୪୯ଟି ମହାୟୁତି ମେଣ୍ଟ ବିଜୟ ହାସଲ କରିସାରିଥିବା ବେଳେ ୮୧ଟିରେ ଆଗୁଆ ରହିଛି। ଅର୍ଥାତ୍ ଏହି ମେଣ୍ଟ ୨୩୦ ଆସନ ଜିତିବା ଦିଗରେ ଆଗେଇ ଚାଲିଛି। ଆଉ ତା' ମଧ୍ୟରେ ବିଜେପି ଏକାକୀ ୧୩୦ରୁ ଅଧିକ ଆସନରେ ବିଜୟୀ ହେବା ନିଶ୍ଚିତ ପ୍ରାୟ।
ସେପଟେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ଶାସକ ଜେଏମଏମ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ସପକ୍ଷରେ ଯାଇଛି। ଏଣୁ ହେମନ୍ତ ସୋରେନ ପୁଣି କ୍ଷମତା ହାତେଇ ରଖିବାରେ ସଫଳ ହୋଇଛନ୍ତି। ପ୍ରାରମ୍ଭିକ ଭୋଟ ଗଣନା କାଳରେ ଆଗରେ ଥିବା ବିଜେପି ପରେ ଲଗାତାର ପଛେଇବାରେ ଲାଗିଥିଲା ଓ କ୍ରମଶଃ ଏନଡିଏ ମେଣ୍ଟ ବହୁମତରୁ ଢେର ପଛେଇ ଯାଇଛି।
କଂଗ୍ରେସକୁ ଲାଗିଲା ବଡ ଝଟକା
ମହାରାଷ୍ଟ୍ରରେ ମହାୟୁତିିକୁ ବଡ ସଫଳତା । ପରସ୍ପରକୁ ଶୁଭେଚ୍ଛା ଜଣାଇଲେ ସିନ୍ଦେ ଓ ଫଡନଭିସ । ମେଂଟ ର ପ୍ରଦର୍ଶନ ପାଇଁ ପରସ୍ପରକୁ ଜଣାଇଲେ ଅଭିନନ୍ଦନ । ମହାୟୁତିକୁ ଅଭୂତପୂର୍ବ ବିଜୟ ମିିଳିଛି । ସେହିପରି ଝାଡଖଣ୍ଡରେ ଇଣ୍ଡିଆ ମେଂଟକୁ ବଡ ସଫଳତା ମିଳିଛି । କୁହାଯାଏ ଯେ ନିର୍ବାଚନରେ ହାର ଜିତ ଲାଗି ରହିଥାଏ । କିନ୍ତୁ ଯଦି ବିଜୟ ବୃହତ, ଏବଂ ପରାଜୟ ଲଜ୍ଜାଜନକ ହୁଏ ତେବେ ଏହା ଏକ ବଡ ପ୍ରସଙ୍ଗ ହୋଇଯାଏ ।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳର ଧାରା ଅନୁଯାୟୀ, ବିଜେପି ନେତୃତ୍ୱାଧୀନ ମହାଯୁତି ଗଠବନ୍ଧନ ରାଜ୍ୟରେ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିବାକୁ ଅଗ୍ରସର ହେଉଛି । ମହାବିକାଶ ଅଘାଡି ଗଠବନ୍ଧନ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଛି
ସାଧୁମାନଙ୍କ ଅଭିଶାପ ପଡିଲା: ଆଚାର୍ଯ୍ୟ ପ୍ରମୋଦ
ଶରଦ ପାୱାର ହାରିଗଲେ ଶେଷ ଲଢେଇ
ମହାରାଷ୍ଟ୍ରରେ ମହାଯୁତି ସରକାରର ପ୍ରଚଣ୍ଡ ଜିତ ମଧ୍ୟରେ ରାଜ୍ୟ ରାଜନୀତିର ସ୍ତମ୍ବରୁ ଗୋଟିଏ ଶରଦ ପାୱାରଙ୍କ ଦୀର୍ଘ ଓ ସଫଳ ରାଜନୈତିକ କ୍ୟାରିୟରର ଏକ ମାର୍ମିକ ଅଧ୍ୟାୟ ସାମ୍ନାକୁ ଆସିଛି। ୮୩ ବର୍ଷ ବୟଷ୍କ ନେତା ୨୦୨୬ରେ ତାଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବା ସହ ସେ ସକ୍ରିୟ ରାଜନୀତିରୁ ସନ୍ୟାସ ନେବେ ବୋଲି ସଂକେତ ଦେଇଛନ୍ତି। ସମାପ୍ତ ହୋଇଥିବା ମହାରାଷ୍ଟ୍ର ନିର୍ବାଚନରେ ଶରଦ ପାୱାରଙ୍କ ସ୍ଥିତି ଅତ୍ୟନ୍ତ ଦୁର୍ବଳ। ଏନସିପି ପାୱାର ବ୍ଲକ ୮୭ ଆସନରେ ନିର୍ବାଚନ ଲଢିଥିଲା ହେଲେ ଜିତିଥିବା ସିଟ୍ ସଂଖ୍ୟା ନଗଣ୍ୟ।
ଏନ୍ସିପିର ସବୁଠୁ ଖରାପ ପ୍ରଦର୍ଶନ
ଭାରତୀୟ ରାଜନୀତିରେ ଅନ୍ୟତମ ଟାଣୁଆ ନେତା ଶରଦ ପାଓ୍ବାରଙ୍କ ରାଜ୍ୟ ସଭା କାର୍ଯ୍ୟକାଳ ୨୦୨୬ରେ ଶେଷ ହେବାକୁ ଯାଉଥିବା ବେଳେ ସେ ରାଜନୀତିରେ ସମ୍ପୂର୍ଣ୍ଣ ସକ୍ରିୟ ଥିବା ନିକଟରେ ସୂଚନା ଦେଇଥିଲେ। ତେବେ ଲୋକ ସଭା ନିର୍ବାଚନର ୬ ମାସ ପରେ ତାଙ୍କ ଅଙ୍କ ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ ହୋଇଛି। ତାଙ୍କ ନେତୃତ୍ୱାଧୀନ ଏନ୍ସିପିକୁ ସବୁଠୁ ବଡ଼ ଝଟ୍କା ମିଳିଛି।
ସମସ୍ତେ ମୋତେ ଅଭିନନ୍ଦନ ଜଣାଇଛନ୍ତି, ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି
'ସମସ୍ତେ ମୋତେ ଅଭିନନ୍ଦନ ଜଣାଉଛନ୍ତି'
ବିଜେପି ନେତା ଚମ୍ପାଇ ସୋରେନ୍ ବିଜୟୀ ହୋଇଛନ୍ତି
ସଢ଼େଇକଳା ଆସନରୁ ପ୍ରାର୍ଥୀ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ନେତା ଚମ୍ପାଇ ସୋରେନ୍ ବିଜୟୀ ହୋଇଛନ୍ତି । ସେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ୍)ର ପ୍ରାର୍ଥୀ ଗଶେଶ ମହାଲିଙ୍କୁ ପରାସ୍ତ କରିଛନ୍ତି । ନିର୍ବାଚନ କମିଶନଙ୍କ ଅନୁସାରେ, ସୋରେନ୍ ୧,୧୯,୩୭୯ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ମହାଲି ୯୮,୯୩୨ ଭୋଟ ପାଇଛନ୍ତି । ଚମ୍ପାଇ ସୋରେନ୍ ୨୦, ୪୪୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।
Top Fight - Ambegaon
ଦିଲୀପ ଭାଲ୍ସ ପାଟିଲ
(ଏନସିପି)
Won
ଦେବଦତ୍ତ ନିକାମ
(ଏନସିପି (ଏସପି))
Lost
Top Fight - Teosa
ରାଜେଶ ୱାନକେଡେ
(ବିଜେପି)
Won
ଯଶୋମତି ଠାକୁର
(କଂଗ୍ରେସ)
Lost
Top Fight - Sangamner
ବାଲାସାହେବ ଥୋରାଟ
(କଂଗ୍ରେସ)
Won
ଆମୋଲ ଖାତାଲ
(ଏସଏଚଏସ)
Lost
Top Fight - Worli
ଆଦିତ୍ୟ ଠାକରେ
(ଏସଏଚଏସ (ୟୁବିଟି))
Won
ମିଲିନ୍ଦ ଦେଓରା
(ଏସଏଚଏସ)
Lost
Top Fight - Chandankyari
ଉମାକାନ୍ତ ରଜକ
(ଜେଏମଏମ)
Won
ଅମର କୁମାର ବାଉରୀ
(ବିଜେପି)
Lost
Top Fight - Kharsawan
ଦାଶରଥ ଗାଗ୍ରାଇ
(ଜେଏମଏମ)
Won
ସୋନାରାମ ବୋଡାରା
(ବିଜେପି)
Lost
Top Fight - Borio
ଧନଞ୍ଜୟ ସୋରେନ୍
(ଜେଏମଏମ)
Won
ଲୋବିନ୍ ହେମ୍ବ୍ରମ୍
(ବିଜେପି)
Lost
Top Fight - Lohardaga
ରମେଶ୍ୱର ଓରନ୍
(କଂଗ୍ରେସ)
Won
ନେରୁ ଶାନ୍ତି ଭାଗବତ
(ଏଜେଏସୟୁ)
Lost
Top Fight - Maheshpur
ଷ୍ଟିଫେନ୍ ମାରାଣ୍ଡି
(ଜେଏମଏମ)
Won
ନବନିତ୍ ହେମ୍ବ୍ରମ୍
(ବିଜେପି)
Lost
Top Fight - Dhanbad
ରାଜ ସିହ୍ନା
(ବିଜେପି)
Won
ଅଜୟ କୁମାର ଦୁବେ
(କଂଗ୍ରେସ)
Lost
Top Fight - Jaganathpur
ସୋନା ରାମ ସିଙ୍କୁ
(କଂଗ୍ରେସ)
Won
ଗୀତା କୋଡା
(ବିଜେପି)
Lost
Top Fight - Jama
ଲୋଇସ୍ ମାରାଣ୍ଡି
(ଜେଏମଏମ)
Won
ସୁରେଶ ମୁର୍ମୁ
(ବିଜେପି)
Lost













Click it and Unblock the Notifications