ମହାରାଷ୍ଟ୍ର, ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ଭୋଟ୍ ଦେଲେ ହେଭିୱେଟ୍

ମହାରାଷ୍ଟ୍ର, ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ଝାଡ଼ଖଣ୍ଡରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ୧୨ଟି ଜିଲ୍ଲାର ମୋଟ ୩୮ଟି ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେବ । ସକାଳ ୭ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଏହି ମତଦାନ ଜାରି ରହିବ । ସେହିପରି ମହାରାଷ୍ଟ୍ରର ସମସ୍ତ ୨୮୮ଟି ବିଧାନସଭା ଆସନରେ ଆଜି ମତଦାନ । ସମସ୍ତ ୨୮୮ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ମହାରାଷ୍ଟ୍ରରେ ମହା ୟୁତି ଓ ମହା ହିକାଶ ଆଘାଡି ମଧ୍ୟରେ ମୁକାବିଲା ହେଉଛି । ଏହାରି ମଧ୍ୟରେ ବଡ଼ ନେତା ଅଭିନେତା ଭୋଟେ ଦେବା ପାଇଁ ପହଞ୍ଚିଛନ୍ତି ।

ଭୋଟ୍ ଦେଲେ ହେଭିୱେଟ୍

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ପ୍ରାର୍ଥୀ ଅଜିତ ପାୱାର ବାରାମାତିର ଏକ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି । ଏହି ସମୟରେ ସେ ଗଣମାଧ୍ୟମରେ କଥା ମଧ୍ୟ ହୋଇଛନ୍ତି ।

maharashtra assembly election 2024

ନାଗପୁରର ଏକ ମତଦାନ କେନ୍ଦ୍ରରେ ଆରଏସଏସ ମୁଖ୍ୟ ମୋହନ ଭଗବତ ଭୋଟ୍ ଦେଇଛନ୍ତି । ମତଦାନ ପରେ ସେ କହିଛନ୍ତି, "ଗଣତନ୍ତ୍ରରେ ମତଦାନ ହେଉଛି ନାଗରିକଙ୍କ କର୍ତ୍ତବ୍ୟ। ପ୍ରତ୍ୟେକ ନାଗରିକ ଏହି କର୍ତ୍ତବ୍ୟ ପାଳନ କରିବା ଉଚିତ। ମୁଁ ଉତ୍ତରପ୍ରଦେଶରେ ଥିଲି, କିନ୍ତୁ ଗତକାଲି ରାତିରେ ଭୋଟ୍ ଦେବାକୁ ଏଠାକୁ ଆସିଛି। ସମସ୍ତେ ଭୋଟ୍ ଦେବା ଉଚିତ୍।"

ଭୋଟ୍ ଦେଲେ ଅଭିନେତା ଅକ୍ଷୟ କୁମାର

ଭୋଟ୍ ଦେଇଛନ୍ତି ଅଭିନେତା ଅକ୍ଷୟ କୁମାର । ମତଦାନ ପରେ ସେ କହିଛନ୍ତି ଯେ ଏଠାରେ ବ୍ୟବସ୍ଥା ବହୁତ ଭଲ କାରଣ ମୁଁ ଦେଖିପାରୁଛି ଯେ ବରିଷ୍ଠ ନାଗରିକଙ୍କ ପାଇଁ ବ୍ୟବସ୍ଥା ବହୁତ ଭଲ ରହିଛି ଏବଂ ସ୍ୱଚ୍ଛତା ବଜାୟ ରହିଛି। ମୁଁ ଚାହୁଁଛି ସମସ୍ତେ ଘରୁ ବାହାରକୁ ଆସି ଭୋଟ୍ ଦିଅନ୍ତୁ।

ସେହିପରି ଚଳଚ୍ଚିତ୍ର ନିର୍ଦ୍ଦେଶକ କବୀର ଖାନ ଭୋଟ୍ ଦେବା ପାଇଁ ମୁମ୍ବାଇର ଏକ ମତଦାନ ବୁଥରେ ପହଞ୍ଚିଥିଲେ ଏବଂ ରାଜକୁମାର ରାଓ ମଧ୍ୟ ମତଦାନ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+