Get Updates
Get notified of breaking news, exclusive insights, and must-see stories!

ମହାରାଷ୍ଟ୍ର ସରକାରଙ୍କ ବଡ଼ ଘୋଷଣା, ପହଲଗାମ୍ ମୃତକଙ୍କ ପରିବାରକୁ ମିଳିବ ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା

ପହଲଗାମ୍ ଆତଙ୍କୀ ହମଲାରେ ମୃତ ଲୋକଙ୍କ ପରିବାରଙ୍କ ପାଇଁ ବଡ଼ ଘୋଷଣା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି, ମୃତ ଲୋକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ। ଏହାଛଡା ପୀଡିତ ପରିବାରଙ୍କ ପିଲାଙ୍କୁ ସରକାରଙ୍କ ପକ୍ଷରୁ ମାଗଣାରେ ପାଠପଢା ଓ ସରକାରୀ ଚାକିରୀ ଦିଆଯିବ। ଗୁରୁବାର କ୍ୟାବିନେଟ୍ ବୈଠକ ପରେ ଫଡନାଭିସ୍ ଏହି ଘୋଷଣା କରିଛନ୍ତି।

devendra fadnavis

ଉଲ୍ଲେଖନୀୟ ଯେ, ପହଲଗାମ୍‌ରେ ହୋଉଥିବା ଆତଙ୍କୀ ହମଲାରେ ମହାରାଷ୍ଟ୍ରର ଅତି କମ୍‌ରେ ୬ ଜଣ ଲୋକଙ୍କର ହତ୍ୟା କରାଯାଇଛି। ଫଡନାଭିସ୍ କହିଛନ୍ତି, ଏଭଳି ସାହାଯ୍ୟ କରି ଆମେ କହିବାକୁ ଚାହୁଁଛୁ ଯେ, ସରକାର ପୀଡିତଙ୍କ ସହ ରହିଛି। ସେଭଳି ରାଜ୍ୟପାଳ ସିପି ରାଧାକୃଷ୍ଣନ ପହଲଗାମ୍ ଆତଙ୍କୀ ଆକ୍ରମଣ ନେଇ ବିବାଦୀୟ ଟିପ୍ପଣୀ କରିବାକୁ ନେଇ କଂଗ୍ରେସ ସହ ବିରୋଧି ଦଳ ନେତାଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, କିଛି ପାର୍ଟି ଏବଂ ତାଙ୍କର ପଦାଧିକାରୀ ସ୍ଥିତିର ରାଜନୈତିକ ଲାଭ ଉଠାଇବାକୁ ଚାହାନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+