ରାଜ୍ୟପାଳ ପଦରୁ ଇସ୍ତଫା ଦେବେ ମହାରାଷ୍ଟ୍ର ରାଜ୍ୟପାଳ
ରାଜ୍ୟପାଳ ପଦରୁ ଇସ୍ତଫା ଦେଇ ପାରନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ । ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଅବଗତ କରାଇଦେଇଛନ୍ତି । ତେବେ ଆଗାମୀ ଦିନରେ ସେ, ପଢିବା ଲେଖିବାରେ ସମୟ ବିତାଇବେ ।

ମୁମ୍ବାଇ: ରାଜ୍ୟପାଳ ପଦରୁ ଇସ୍ତଫା ଦେଇ ପାରନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ । ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଅବଗତ କରାଇଦେଇଛନ୍ତି । ତେବେ ଆଗାମୀ ଦିନରେ ସେ, ପଢିବା ଲେଖିବାରେ ସମୟ ବିତାଇବା ପାଇଁ ଚାହୁଁଛନ୍ତି ସେଥିପାଇଁ ସେ ରାଜନୈତିକ ଦାୟିତ୍ୱରୁ ବିରତି ନେବା ପାଇଁ ଚାହୁଁଛନ୍ତି ।
ଏକ ବିବୃତିରେ କୋଶୟାରି କହିଛନ୍ତି, 'ମହାରାଷ୍ଟ୍ର ଭଳି ଏକ ମହାନ ରାଜ୍ୟରେ ରାଜ୍ୟପାଳ ଭାବେ କାମ କରିବା ମୋ ପାଇଁ ନିଶ୍ଚିତ ଏକ ସମ୍ମାନର ବିଷୟ । ମହାରାଷ୍ଟ୍ର ହେଉଛି ସନ୍ଥ, ଯୋଦ୍ଧା ମାନଙ୍କର ରାଜ୍ୟ । ୩ ବର୍ଷ ଏଠି କାମ କରିବା ସମୟରେ ମହାରାଷ୍ଟ୍ର ଲୋକ ମାନେ ମୋତେ ଦେଇଥିବା ଭଲ ପାଇବା ଅତୁଳନିୟ '।
ତେବେ ନିକଟରେ ପ୍ରଧାନମନ୍ତ୍ରୀ ମୁମ୍ବାଇ ଆସିବା ସମୟରେ ମହାରାଷ୍ଟ୍ର ରାଜ୍ୟପାଳ ତାଙ୍କୁ ନିଜ ଇସ୍ତଫା ବିଷୟରେ ଅବଗତ କରାଇଥିଲେ ଏବଂ ସେ ନିଜ ଜୀବନର ଆଗାମୀ ଦିନ ସେ ପଢିବା ଲେଖିବାରେ ସମୟ ବିତାଇବେ ବୋଲି କହିଥିଲେ । ତେବେ ରାଜ୍ୟପାଳଙ୍କ ଇସ୍ତଫା ଦେବା କଥା ପ୍ରସାର ହେବା ପରେ ଚର୍ଚ୍ଚା ଜୋର ଧରିଛି ।












Click it and Unblock the Notifications