୫ରେ ମହାରାଷ୍ଟ୍ରରେ ସିଏମ ଶପଥ ଉତ୍ସବ

ମୁମ୍ବାଇ: ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ପ୍ରକାଶର ଏକ ସପ୍ତାହ ବିତିଯାଇଥିଲେ ବି ସରକାର ଗଠନ ହୋଇପାରି ନାହିଁ। ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ଏପର୍ଯ୍ୟନ୍ତ ମହାଯୁତି ମେଣ୍ଟରେ ସହମତି ହୋଇପାରିନାହିଁ । ଏସବୁ ମଧ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଜଣେ ବରିଷ୍ଠ ନେତା ଶନିବାର କହିଛନ୍ତି ଯେ ମହାରାଷ୍ଟ୍ରରେ ମହାୟୁତି ମେଣ୍ଟର ନୂଆ ସରକାର ଡିସେମ୍ବର ୫ରେ ଶପଥ ନେବ। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦେବେନ୍ଦ୍ର ଫଡନାଭିସ୍ ସବୁଠାରୁ ଆଗରେ ଅଛନ୍ତି।

ବିଜେପି ପକ୍ଷରୁ ପ୍ରକାଶ ସୂତ୍ର ରିପୋର୍ଟ ଅନୁସାରେ, ଡିସେମ୍ବର ୨ରେ ମହାୟୁତିର ବିଧାୟକ ଦଳ ବୈଠକ ବସିବ। ଏଥିରେ ପାର୍ଟି ମୁଖିଆ କିଏ ହେବେ ସେନେଇ ନିଷ୍ପତ୍ତି ନିଆଯିବ। ଏହାପରେ ଗୁରୁବାର (ଡିସେମ୍ବର ୫)ରେ ମୁମ୍ବାଇର ଆଜାଦ ମୈଦାନରେ ଶପଥ ଉତ୍ସବ ସମାରୋହ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଗୁରୁବାର ମହାୟୁତି ମେଣ୍ଟର ସଦସ୍ୟ ଦଳର ପ୍ରମୁଖ ନେତା ବିଜେପିର ଦେବେନ୍ଦ୍ର ଫଡନାଭିସ୍, ଶିବସେନାର ଏକନାଥ ସିନ୍ଦେ ଏବଂ ଏନସିପିର ଅଜିତ ପାୱାର ଦିଲ୍ଲୀରେ ଅମିତ ଶାହ ଏବଂ ଜେପି ନଡ୍ଡାଙ୍କୁ ଭେଟିବା ପରେ ମୁମ୍ବାଇ ଫେରିଥିଲେ।

Maharashtra government formation

ସେଠାରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପଦ ବଣ୍ଟନ ନେଇ ଆଲୋଚନା ହୋଇଥିଲା। ଏହାପରେ ମୁମ୍ବାଇରେ ଶୁକ୍ରବାର ବିଧାୟକ ଦଳ ବୈଠକ ବସିବାର ଥିଲା। ମାତ୍ର କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗାଁକୁ ଚାଲିଯିବାରୁ ବୈଠକ ବାତିଲ ହୋଇ ଯାଇଥିଲା। ନୂଆ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ମହାଯୁତିର ତିନି ପ୍ରମୁଖ ନେତା ଦେବେନ୍ଦ୍ର ଫଡନବୀସ, ଏକନାଥ ସିନ୍ଦେ ଓ ଅଜିତ ପାଓ୍ବାର ଗତ ଗୁରୁବାର ରାତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ ବି କୌଣସି ସହମତି ହୋଇପାରିନାହିଁ ।

ସେହିପରି ଶୁ୍କ୍ରବାର ଆଉ ଏକ ବୈଠକ ମୁମ୍ବାଇରେ ବସିବାକୁ ଥିଲେ ବି ଏକନାଥ ହଠାତ୍ ନିଜ ପୈତୃକ ଗାଁକୁ ପଳାଇଯାଇଥିଲେ । ସେ ଅସନ୍ତୁଷ୍ଟ ଥିବା ମନେକରାଯାଉଛି । ତେବେ ଏ ନେଇ ଆଉ ଏକ ବୈଠକ ରରିବାର ବସିବ । ନଭେମ୍ବର ୨୦ରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା ଏବଂ ଅଜିତ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ମେଣ୍ଟ ମହାୟୁତି ୨୮୮ ଆସନରୁ ୨୩୦ଟି ରେ ବିଜୟୀ ହୋଇ କ୍ଷମତା ବଜାୟ ରଖିଥିଲା। ବିଜେପି ୧୩୨ଟି ଆସନ ସହ ଏକକ ବୃହତ୍ତମ ଦଳ ଭାବେ ଉଭା ହୋଇଛି। ସିନ୍ଦେଙ୍କ ଶିବସେନାକୁ ୫୭ ଓ ଏନସିପିକୁ ୪୧ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+