ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଗାଈକୁ ମିଳିଲା 'ରାଜ୍ୟ ମାତାର ମାନ୍ୟତା'
Maharashtra News: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଏକନାଥ ସିନ୍ଦେ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାର ଗାଈକୁ ରାଜ୍ୟ ମାତାର ମାନ୍ୟତା ଦେଇଛନ୍ତି । ରାଜ୍ୟ ସରକାର ଏନେଇ ଆଜି ଘୋଷଣା କରିଛନ୍ତି। ବାସ୍ତବରେ ସରକାର ସୋମବାର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ ପୂର୍ବରୁ ଏହା ସିନ୍ଦେ ସରକାରଙ୍କ ଏକ ବଡ ନିଷ୍ପତ୍ତି ବୋଲି ବିବେଚନା କରାଯାଉଛି।

ରାଜ୍ୟ ସରକାରଙ୍କ ଅନୁସାରେ, କାହିଁ କାଳରୁ ଭାରତୀୟ ସଂସ୍କୃତିରେ ସ୍ୱଦେଶୀ ଗାଈର ସ୍ଥିତି, ମାନବ ଖାଦ୍ୟରେ , ଆୟୁର୍ବେଦ ଔଷଧ, ପଞ୍ଚଗଭିଆ ଚିକିତ୍ସା ପ୍ରଣାଳୀ ଏବଂ ଜୈବ ଚାଷ ପ୍ରଣାଳୀରେ ଦେଶୀ ଗାଈ ଗୋବର ଏବଂ ଗୋମୂତ୍ରର ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଧ୍ୟାନରେ ରଖି ସରକାରଙ୍କ ଅନୁଯାୟୀ , ବର୍ତ୍ତମାନଠାରୁ ଦେଶୀ ଗାଈ ମାନଙ୍କୁ "ରାଜମାତା ଗୋମାତା" ଭାବରେ ଘୋଷଣା କରିବାକୁ ଅନୁମୋଦନ କରାଯାଇଥିଲା ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ମହାରାଷ୍ଟ୍ର କ୍ୟାବିନେଟ ବୈଠକରେ ଦେଶୀ ଗାଈ ମାନଙ୍କୁ ପାଳିବା ପାଇଁ 50 ଟଙ୍କା ପ୍ରତିଦିନ ସବସିଡି ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି, କାରଣ ଗୋସାଳାରେ ଆୟ କମ ଥିବା କାରଣରୁ ଭଲ ଭାବେ ଦେଶୀ ଗାଈଙ୍କ ପାଳନ କରାଯାଇ ପାରୁ ନାହିଁ । ଏହି ଯୋଜନା ମହାରାଷ୍ଟ୍ର ଗୋସେଭା ଆୟୋଗ ଦ୍ୱାରା ଅନଲାଇନରେ କାର୍ଯ୍ୟକାରୀ ହେବ। ପ୍ରତ୍ୟେକ ଜିଲ୍ଲାରେ ଏକ ଜିଲ୍ଲା ଗୋଶାଳା ଯାଞ୍ଚ କମିଟି ଗଠନ ହେବ ।
ଏ ସମ୍ପର୍କରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି, "ଦେଶୀ ଗାଈ ଆମ କୃଷକମାନଙ୍କ ପାଇଁ ଏକ ଉତ୍ସାହ, ତେଣୁ ଆମେ ତାଙ୍କୁ ଏହି ମାନ୍ୟତା ଦେବାକୁ ନିଷ୍ପତ୍ତି ନେଇଛୁ। ଦେଶୀ ଗାଈର ପୁଷ୍ଟିକର ଖାଦ୍ୟ ଏବଂ ଖାଇବାରେ ସାହାଯ୍ୟ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ।
#WATCH | Mumbai: Maharashtra Deputy CM Devendra Fadnavis says, "Indigenous cows are a boon for our farmers. So, we have decided to grant this ('Rajya Mata') status to them. We have also decided to extend help for the rearing of indigenous cows at Goshalas." pic.twitter.com/ido9Z1RNmP
— ANI (@ANI) September 30, 2024












Click it and Unblock the Notifications