ମହାରାଷ୍ଟ୍ର ସରକାରଙ୍କ ବଡ଼ ନିଷ୍ପତ୍ତି,୨୬/୧୧ ମୁମ୍ବାଇ ଆକ୍ରମଣରେ ସହିଦ ହୋଇଥିବା ତୁକାରାମଙ୍କ ହେବ ଭବ୍ୟ ସ୍ମାରକୀ
୨୦୦୮ ମସିହା ନଭେମ୍ବରର ସେହି ଦିନ ଆଜି ବି ମନେ ପଡ଼ିଲେ ଲୋମ ଟାଙ୍କୁରି ଉଠେ । ହଠାତ ଥରି ଉଠିଥିଲା ମାୟାନଗରୀ ମୁମ୍ବାଇ । ଗୁଳି ଶବ୍ଦରେ ଫାଟି ପଡ଼ୁଥିଲା ପୁରା ସହର । ଯିଏ ଯୁଆଡ଼େ ପାରିଲେ ଦୌଡ଼ିବାକୁ ଲାଗିଲେ । କିନ୍ତୁ ଆତଙ୍କବାଦୀଙ୍କ ଗୁଳି ମୁନରୁ କିପରି ବା ବଞ୍ଚିବେ । ସେ ଦିନର ସେହି ଲୋମହର୍ଷଣକାରୀ ଘଟଣା ଏବେ ବି ମନରେ ତାଜା ହୋଇ ରହିଛି ।
ସାଉଥ ମୁମ୍ବାଇର ମୁଖ୍ୟ ସ୍ଥାନ ଗୁଡିକୁ ନିଜ କବଜାକୁ ନେଇଥିଲେ ଆତଙ୍କବାଦୀ । ବିଶେଷ କରି ତାଜ ହୋଟେଲ ସହ ଲିୟୋପୋର୍ଲ୍ଡ କାଫେ, କାମା ହସ୍ପିଟାଲ ଆଉ ଛତ୍ରପତି ଶିବାଜୀ ଟର୍ମିନାଲରେ ଗର୍ଜିଥିଲା ଆତଙ୍କବାଦୀଙ୍କ ବନ୍ଧୁକ । ତାଜ ହୋଟେଲରେ ଆତଙ୍କବାଦୀଙ୍କ ଗୁଳି ମୁନର ଶିକାର ହୋଇଥିଲେ ଅନେକ । ଯେଉଁଥିରେ ୧୬୬ଜଣଙ୍କର ଜୀବନ ଯାଇଥିଲା । ୩୦୦ରୁ ଅଧିକ ଗୁରୁତର ଭାବେ ଆହତ ହୋଇଥିଲେ ।

୨୬/୧୧ ମୁମ୍ବାଇ ଆକ୍ରମଣରେ ନିଜ ଜୀବନକୁ ବାଜି ଲଗାଇ ଆତଙ୍କୀ ଅଜମଲ କସାବ୍କୁ ଜୀବତ ଧରିଥିବା ସହିଦ ପୁଲିସ୍ କର୍ମୀ ତୁକାରାମ ଓମ୍ବଲେଙ୍କ ସମ୍ମାନରେ ମହାରାଷ୍ଟ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସରକାର ସହିଦ ତୁକାରାମଙ୍କ ସମ୍ମାନରେ ସତାରା ଜିଲ୍ଲାର ମୌଜେ କେଦାମ୍ବା ଗାଁରେ ତୁକାରାମଙ୍କ ଭବ୍ୟ ସ୍ମାରକୀ ନିର୍ମାଣ ହେବାକୁ ଯାଉଛି, ଯାହା ପାଇଁ ୧୩.୪୬ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସ୍ମାରକୀ ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ।
୨୬/୧୧ ମୁମ୍ବାଇ ଆକ୍ରମଣରେ ମୁମ୍ବାଇ ପୋଲିସ୍ର ଟାଣୁଆ ଅଫିସର ତୁକାରାମ ନିଜ ଜୀବନକୁ ବାଜି ଲଗାଇ ଆତଙ୍କବାଦୀ କସାବ ବୁ ଧରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।












Click it and Unblock the Notifications