ବିଧାନସଭା ନିର୍ବାଚନ ଲଢ଼ିବେ ପୂର୍ବତନ ଡିଜି
ମୁମ୍ବାଇ: ରାଜନେତା ହେବେ ପୂର୍ବତନ ଡିଜି । ମୁମ୍ବାଇର ପୂର୍ବତନ ପୁଲିସ୍ ମହାନିର୍ଦ୍ଦେଶକ ରାଜନେତା ହେବାକୁ ମନ ବଳାଇଛନ୍ତି । ଏଥିନିମନ୍ତେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ କରି ସାରିଲେଣି ବ୍ଲୁ ପ୍ରିଣ୍ଟ । ଫାଇଲାନ୍ ହୋଇସାରିଲାଣି ସବୁ ଯୋଜନା । ସେ ଆଗାମୀ ବିଧାନସଭା ନିର୍ବାଚନରେ ନିଜର ରାଜନୈତିକ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ପୂର୍ବତନ ଡିଜିପି ସଞ୍ଜୟ ପାଣ୍ଡେ ମୁମ୍ବାଇର ଭର୍ସୋଭା ଆସନରୁ ବିଧାନସଭା ର୍ନିବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ।
ଏହାପୂର୍ବରୁ ସେ ତାଙ୍କର ରାଜନୈତିକ ଦଳ "ରାଷ୍ଟ୍ରୀୟ ଜନହିତ ପାର୍ଟି" ମଧ୍ୟ ଗଠନ କରିବେ । ମୁମ୍ବାଇ ପୋଲିସ କମିଶନର ଭାବେ କାର୍ଯ୍ୟ କରୁଥିବା ସଞ୍ଜୟ ପାଣ୍ଡେ କହିଛନ୍ତି ଯେ ସେ କୌଣସି ରାଜନୈତିକ ଦଳ ସହ ଯୋଗାଯୋଗ କରିନାହାଁନ୍ତି ଏବଂ ସେ ଦୀର୍ଘ ଦିନ ଧରି ସକ୍ରିୟ ରାଜନୀତିରେ ଯୋଗଦେବାକୁ ଚିନ୍ତା କରୁଛନ୍ତି ।

ତେବେ କେଉଁ ପାର୍ଟିରେ ଯୋଗ ଦେବେ, କେଉଁ ଦଳ ଟିକେଟରେ ସେ ମଇଦାନକୁ ଯିବେ ତା' ଉପରୁ ପରଦା ହଟାଇଛନ୍ତି ଖୋଦ ସଞ୍ଜୟ ପାଣ୍ଡେ । ସେ କୌଣସି ପାର୍ଟିରୁ ନୁହେଁ ବରଂ ନିର୍ଦ୍ଦଳୀୟ ଭାବେ ମଇଦାନକୁ ଓହ୍ଲାଇବେ ବୋଲି ଗରମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥିସହ ସେ କହିଛନ୍ତି, ସକ୍ରିୟ ରାଜନୀତିକୁ ଓହ୍ଲାଇବାକୁ ଦୀର୍ଘ ସମୟ ହେଲା ଚିନ୍ତା କରୁଥିଲି । ତେଣୁ ଏଥର ବିଧାନସଭା ନିର୍ବାଚନ ଲଢ଼ିବି ବୋଲି ନିଷ୍ପତ୍ତି ନେଇଛି । ଏହି ଅଞ୍ଚଳରେ ମୁଁ ବହୁ ବର୍ଷ ହେଲା ରହି ଆସୁଥିବାରୁ ଏଠାକାର ସବୁ ବର୍ଗ ମୋତେ ସମର୍ଥନ ଜଣାଇବେ ବୋଲି ଆଶା ରଖିଛି ବୋଲି ସେ କହିଛନ୍ତି ।












Click it and Unblock the Notifications