Maharashtra election results: ମହାରାଷ୍ଟ୍ରରେ ପୋଛି ହୋଇଗଲା ରାଜ ଠାକେରଙ୍କ MNS

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳ ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ବିଜେପି ନେତୃତ୍ବାଧୀନ ମହାୟୁତି ପୁଣି ଥରେ ସରକାର ଗଢ଼ିବାକୁ ଯାଉଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ ଏବଂ ଅଜିତ ପାଓ୍ବାର ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରିବା ସହ ପରଷ୍ପରକୁ ମିଠା ଖୁଆଇ ଖୁସି ମନାଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅଜିତ ପାଓ୍ବାର କହିଛନ୍ତି, ମହାରାଷ୍ଟ୍ରର ଲୋକମାନେ ରାଜ୍ୟର ବିକାଶ ପାଇଁ ମହାୟୁତିକୁ ସମର୍ଥନ ଦେଇଛନ୍ତି ।

ସେହିଭଳି ଏକନାଥ ସିନ୍ଦେ କହିଛନ୍ତି ଯେ, 'ଆମ ସରକାର କମନମ୍ୟାନ୍‌ (ସାଧାରଣ ଲୋକ)ଙ୍କ ସରକାର । ଆମେ କମନମ୍ୟାନ୍‌ଙ୍କୁ ସୁପରମ୍ୟାନ୍‌ରେ ପରିଣତ କରିବାକୁ ଚାହୁଁଛୁ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅକୁଣ୍ଠ ସହାୟତା ଲାଗି ଧନ୍ୟବାଦ । ଆମ ପାଇଁ ମହିଳା, ଶିଶୁ ଏବଂ କୃଷକଙ୍କ କଲ୍ୟାଣ ଗୁରୁତ୍ବପୂର୍ଣ୍ଣ । ମୋ ପାଇଁ ସିଏମର ଅର୍ଥ ଚିଫ୍‌ ମିନିଷ୍ଟର (ମୁଖ୍ୟମନ୍ତ୍ରୀ) ନୁହେଁ କମନମ୍ୟାନ୍‌ ।'

Raj thakrey

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ବଡ଼ ବଡ଼ ରାଜନୈତିକ ବିଶ୍ଳେଷକମାନଙ୍କୁ ମଧ୍ୟ ଚମକାଇଦେଇଛି । ଏହାରି ଭିତରେ ରାଜ୍ ଠାକରେଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ର ନବ ନିର୍ମାଣ ସେନା ସମସ୍ତ ଆସନରେ ପରାଜିତ ହୋଇଛି । ୧୨୫ ଟି ଆସନରେ ନିର୍ବାଚନ ଲଢିଥିଲେ ବି ଦଳ ଗୋଟିଏ ଆସନରେ ଜିତିବାରେ ସକ୍ଷମ ହୋଇନାହିଁ ।

୨୦୦୯ ମସିହାରେ ପ୍ରଥମଥର ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା ନବ ନିର୍ମାଣ ସେନା । ଏହି ନିର୍ବାଚନରେ ଦଳ ୧୩ ଟି ବିଧାନସଭା ଆସନରେ ବିଜୟୀ ହୋଇଥିଲା । ଯାହାକି ଦଳର ଏପର୍ଯ୍ୟନ୍ତ ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଏହାପରେ ପ୍ରତି ନିର୍ବାଚନରେ ଦଳର ପ୍ରଦର୍ଶନ କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି । ୨୦୧୯ ମସିହାରେ ଦଳକୁ ମାତ୍ର ଗୋଟିଏ ଆସନ ମିଳିଥିଲା । ହେଲେ ଚଳିତ ଥର ଦଳ ଖାତା ଖୋଲିବାରେ ଅସର୍ମଥ ହୋଇଛି । ୨୦୦୯ ରେ ଏମଏନଏସକୁ ୫.୭୧ ପ୍ରତିଶତ ଭୋଟ ମିଳିଥିବା ବେଳେ ୨୦୧୪ ରେ ୩.୧୫ ପ୍ରତିଶତ ଓ ୨୦୧୯ରେ ୨.୨୫ ପ୍ରତିଶତ ଭୋଟ ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+