Get Updates
Get notified of breaking news, exclusive insights, and must-see stories!

Maharastra Election Results 2024: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଚେହେରା କିଏ ?

ସରିଛି ଭୋଟ । ଜନାଦେଶକୁ ଅପେକ୍ଷା । କିଏ ମାରିବ ବାଜି ? କାହା ହାତକୁ ଯିବ ଦେଶର ସବୁଠୁ ଧନୀ ରାଜ୍ୟ ମହାରାଷ୍ଟ୍ରର କ୍ଷମତା ଡୋରି । ଝାଡଖଣ୍ଡରେ ଚାଲିବ ହେମନ୍ତ ରାଜ ନା ପଲଟିବ ବାଜି । ବାସ୍‌ କିଛି ଘଣ୍ଟାର ଅପେକ୍ଷା ଆସିବ ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନର ଜନାଦେଶ । ଏକଜିଟ ପୋଲ ଏକଜାଟ ହେବ ନା ପଲଟିବ ବାଜି । ଜନାଦେଶ ଆସିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଏବେ ସବୁଠି ଚର୍ଚ୍ଚା । କିଏ ହେବେ ମହାରାଷ୍ଟ୍ର ଓ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଚେହେରା । ଚର୍ଚ୍ଚାରେ ଅନେକ ମୁହଁ ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଚେହେରା କିଏ ?

ମହାରାଷ୍ଟ୍ରରେ ମହାୟୁତି ଓ ମହାବିକାଶ ଅଘାଡିର ସିଏମ ଚେହେରା କିଏ ହେବ । ଏବେ ପ୍ରଶ୍ନ ଏବେ ଉଙ୍କି ମାରିଛି । କାରଣ ସିଏମଙ୍କୁ ନେଇ ପୂର୍ବରୁ ଅନେକ ଥର ଚର୍ଚ୍ଚାରେ ରହିଆସିଛି ମହାରାଷ୍ଟ୍ର । କାରଣ ଗତ ନିର୍ବାଚନରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ମହାୟୁତିର ମୁଖ୍ୟମନ୍ତ୍ରୀ ଚେହେରା ଦାବିଦାରଙ୍କ ମଧ୍ୟରେ ଏକନାଥ ସିନ୍ଦେ ଓ ବିଜେପି ନେତା ଦେବେନ୍ଦ୍ର ଫଡନବିସ, ଅଜିତ ପାୱାର ଆଗରେ ଅଛନ୍ତି । ସେହିପରି ମହାବିକାଶ ଅଘାଡିରେ ଉଦ୍ଧବ ଠାକରେ, କଂଗ୍ରେସ ନେତା ନାନା ପାଟୋଲ ଓ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କ ନାଁ ଚର୍ଚ୍ଚାରେ ଅଛି ।

Maharashtra Election Results 2024

ଏକନାଥ ସିନ୍ଦେ:

ମହାୟୁତିର ମୁଖ୍ୟମନ୍ତ୍ରୀ ଚେହେରାରେ ଆଗରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ସରକାର ଭାଙ୍ଗିବା ପରେ 30 ଜୁନ 2022ରୁ ମହାରାଷ୍ଟ୍ରର 20ତମ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ଏକନାଥ ସିନ୍ଦେ । ଶିବସେନା ସରକାର ଥିବାବେଳେ ସେ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । 58 ବର୍ଷୀୟ ଏକନାଥ ସିନ୍ଦେ ଥାନେର କୋପରି-ପଚପାଖଡି ଆସନରୁ ବିଧାୟକ ରହିଛନ୍ତି । ସେ 2004, 2009, 2014, 2019ରେ ଲଗାତର 4 ଥର ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି । ମରାଠା ସଂପ୍ରଦାୟର ଏହି ନେତା ଆରମ୍ଭରୁ ଜଣେ ଅଟୋ ଡ୍ରାଇଭର ଭାବେ କାମ କରୁଥିଲେ । ପରେ ରାଜନୀତିରେ ପାଦ ଦେଇ ଏବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ।

ଦେବେନ୍ଦ୍ର ଫଡନବିସ:

ଦେବେନ୍ଦ୍ର ଗଙ୍ଗାଧରରାଓ ଫଡନବିସ । ବର୍ତ୍ତମାନ ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ଫଡନବିସ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ଦେବେନ୍ଦ୍ର ଫଡନବିସ 31 ଅକ୍ଟୋବର 2014ରୁ 12 ନଭେମ୍ବର 2019 ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । 1970, ଜୁଲାଇ 22ରେ ଜନ୍ମ ହୋଇଥିବା ଫଡନବିସ 2019ରୁ 2022 ପର୍ଯ୍ୟନ୍ତ ବିରୋଧି ନେତା ଭାବେ କାର୍ଯ୍ୟ କରିଛନ୍ତି । ସେହିପରି 2013ରୁ2015 ପର୍ଯ୍ୟନ୍ତ ସେ ବିଜେପିର ମହାରାଷ୍ଟ୍ର ଷ୍ଟେଟ ୟୁନିଟିର ସଭାପତି ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି । 44 ବର୍ଷରେ ସେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ । ରାଜ୍ୟ ଇତିହାସରେ ଦ୍ବିତୀୟ କନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ ।

ଅଜିତ ପାୱାର:

ଏନସିପି ନେତା ଅଜିତ ପାୱାର ମହାରାଷ୍ଟ୍ର ରାଜନୀତିରେ ଜଣେ ପ୍ରମୁଖ ଚେହେରା । ସେ ଏବେ ମହାରାଷ୍ଟ୍ରରେ ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ଗତ ଜୁଲାଇ 23(2023)ରୁ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହା ପୂର୍ବରୁ ମହାରାଷ୍ଟ୍ର ବିଧାନସଭାରେ 2022ରୁ 2023 ପର୍ଯ୍ୟନ୍ତ ବିରୋଧି ଦଳ ନେତା ଭାବେ କାର୍ଯ୍ୟ କରିଥିଲେ । ମହାରାଷ୍ଟ୍ରର ଅହମ୍ମଦନଗରରେ ଜନ୍ମ ହୋଇଥିବା ଅଜିତ ପାୱାର ପ୍ରଥମେ 1991ରେ ବାରାମତି ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ ।

ଉଦ୍ଧବ ଠାକରେ:

ଶିବସେନା ନେତା ମୁଖ୍ୟମନ୍ତ୍ରୀ ଚେହେରା ପାଇଁ ଚର୍ଚ୍ଚାରେ ଅଛନ୍ତି । ଉଦ୍ଧବ ଠାକରେ 2020ରେ ବିଧାନ ପରିଷଦର ସଦସ୍ୟ ରହିଥିଲେ । ଏହାପରେ ମହାବିକାଶ ଅଘାଡିର ସଭାପତି ରହିବା ସହ 2022ରୁ ଶିବସେନା(UBT)ର ସଭାପତି ଅଛନ୍ତି । ସେହିପରି 'ସାମନା' ପତ୍ରିକାର ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଉଦ୍ଧବ ବାଲ ଠାକରେ 1960 ମସିହା ଜୁଲାଇ 27ରେ ଜନ୍ମ ହୋଇଛନ୍ତି । ଏଥିସହ 2019ରୁ 2022 ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି ।

ସୁପ୍ରିୟା ସୁଲେ:

ମହାରାଷ୍ଟ୍ରର କିଙ୍ଗ ମେକର ଭାବେ ପରିଚିତ ଶରଦ ପାୱାରଙ୍କ ଝିଅ ହେଉଛନ୍ତି ସୁପ୍ରିୟା ସୁଲେ । ସୁପ୍ରିୟା 1969, ଜୁନ 30ରେ ଜନ୍ମ ହୋଇଛନ୍ତି । ମହାରାଷ୍ଟ୍ର ରାଜନୀତିରେ ସୁପ୍ରିୟା ଜଣେ ଚର୍ଚ୍ଚିତ ଚେହେରା । ପ୍ରଥମ ଥର ପାଇଁ ସୁପ୍ରିୟା 2006 ମସିହାରେ ରାଜ୍ୟସଭାକୁ ଯାଇଥିଲେ । ଏହାପରେ 2009ରୁ ଲଗାତାର ଭାବେ ବାରାମତି ଆସନରୁ ଲୋକସଭା ସାଂସଦ ଭାବେ ଜିତି ଆସୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+