Maharashtra Election Results 2024: ବିଜୟ ହାସଲ କଲେ ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ
ମହାରାଷ୍ଟରରେ ପୁଣି ଥରେ ସରକାର ଗଢିବାକୁ ଯାଉଛି ମହାୟୁତି ମେଣ୍ଟ। ଏଥର ପ୍ରଚଣ୍ଡ ବହୁମତ। । ଆଉ ଏହାରି ଭିତରେ ବିଜେପି, ଏକନାଥ ସିନ୍ଦେଙ୍କ ଶିବ ସେନା ଏବଂ ଅଜିତ ପାୱାରଙ୍କ ଏନସିପିର ହେଭି ୱେଟ୍ ନେତା ମାରିଛନ୍ତି ବାଜି।
୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ପାଇଁ ମହାୟୁତି ଏବଂ ମହାବିକାଶ ଅଘାଡି ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ଦିନ ଗୋଟାଏ ଫଳାଫଳ ଅନୁସାରେ ମହାୟୁତି ୧୪ଟି ଆସନରେ ବିଜୟୀ ସହ ୨୦୯ଟି ଆସନରେ ଆଗୁଆ ରହିଥିଲା। ସେହିପରି ମହାବିକାଶ ଅଘାଡି ଗୋଟିଏ ଆସନରେ ବିଜୟୀ ହୋଇ ଥିବାବେଳେ ୫୩ଟି ଆସନରେ ଆଗରେ ରହିଥିଲା ଏବଂ ଅନ୍ୟାନ୍ୟ ୧୧ଟି ଆସନରେ ଲିଡ୍ କରୁଥିଲା।

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ବିଜୟୀ ହୋଇଛନ୍ତି। ସିନ୍ଦେ କୋପ୍ରି-ପଞ୍ଚପଖାଡି ଆସନରୁ ବିଜୟୀ ହୋଇ ଥିବାବେଳେ ଦେବେନ୍ଦ୍ର ଫଡନାଭିସ ନାଗପୁର ଉତ୍ତର-ପଶ୍ଚିମରୁ ବିଜୟୀ ହୋଇଛନ୍ତି। ସେହିପରି ଅଜିତ ପାୱାର ବାରମତିରୁ ବାଜି ମାରିଛନ୍ତି।
ବାରମତିରେ ଦାଦା-ପୁତୁରା ଲଢେଇ ହୋଇଥିଲା। ଅର୍ଥାତ୍ ଅଜିତ ପାୱାର ଏବଂ ଯୁଗେନ୍ଦ୍ର ପାୱାରଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଶେଷରେ ଅଜିତ ପାୱାର ପୁତୁରାଙ୍କୁ ହରାଇ ବିଜୟୀ ହୋଇଛନ୍ତି।
କାମ ଦେଲା ସିନ୍ଧେ ଫର୍ମୁଲା
ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି ଶିବସେନା ନେତା ଏକନାଥ ସିନ୍ଧେଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସେଇ ବଡ଼ ଗେମ୍ ଖେଳିଥିଲା । ଯେଉଁ ଫର୍ମୁଲା ଏବେ କାମ କରିଥିବା ଭଳି ଦେଖାଯାଉଛି । କାହିଁକି ନା ସିନ୍ଧେଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସେଇ ବିଜେପି ସତ୍ତା ପାଇଁ ଲୋଭ କରୁନଥିବା ସନ୍ଦେଶ ଦେଇଥିଲା । ଅନ୍ୟପଟେ ଶିବସେନାକୁ ଦୁର୍ବଳ କରିବାରେ ମଧ୍ୟ ସିନ୍ଧେ ମୁଖ୍ୟ ଫ୍ୟାକ୍ଟର ସାଜିଥିଲେ । ଯାହା ବିଜେପିକୁ ଶକ୍ତିଶାଳୀ କରିବା ସହ ମହାୟୁତିକୁ ସଫଳତା ଦେଇଥିଲା ।
ଜନକଲ୍ୟାଣକାରୀ ଯୋଜନା
ମହାରାଷ୍ଟ୍ରରେ ଲଡକୀ ବହିନ ଯୋଜନା କାମ କରିଥିବା ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି । ଯେଉଁଥିରେ କି ସାଧାରଣ ଲୋକଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଛନ୍ତି ସିନ୍ଧେ ସରକାର । ଏଥିସହ ମହାରାଷ୍ଟ୍ରରେ ମହାୟୁତି ସରକାର ପୁଣି ଆସିଲେ ଏହି ଟଙ୍କାର ପରିମାଣ ବୃଦ୍ଧି କରାଯିବ ବୋଲି ମହାୟୁତି ପ୍ରତିଶ୍ରୁତି ଦେଇଥିଲା । ଯାହାକି ମହିଳାଙ୍କ ଭୋଟ୍ ହାତେଇବା ସହଜ କରିଥିଲା ବୋଲି କୁହାଯାଉଛି ।












Click it and Unblock the Notifications