ସଚିବାଳୟର ତୃତୀୟ ମହଲାରୁ ଡେଇଁଲେ ଉପ ବାଚସ୍ପତି
Maharashtra News: ସଚିବାଳୟର ତୃତୀୟ ମହଲାରୁ ଡେଇଁଲେ ଉପ ବାଚସ୍ପତି । ଏପରି ଘଟଣା ମହାରାଷ୍ଟ୍ରରେ ଘଟିଛି । ରାଜ୍ୟ ବିଧାନସଭାର ଉପ ବାଚସ୍ପତିଙ୍କ ସମେତ ଜଣେ ବିଜେପି ସାଂସଦ ଓ ଆଉ ଜଣେ ଦୁଇ ଜଣ ବିଧାୟକ ତୃତୀୟ ମହଲାରୁ ତଳକୁ ଡେଇଁଛନ୍ତି ।

ଗୋଟିଏ ନିର୍ଦ୍ଦେଷ୍ଟ ସଂପ୍ରଦାୟର ଲୋକଙ୍କୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ କରିବା ପାଇଁ ଉଦ୍ୟମ ଚାଲିଥିବାରୁ ଏହାର ପ୍ରତିବାଦରେ ଏପରି ପଦକ୍ଷେପ ନେଇଥିବା ନେଇ ସୂଚନା ରହିଛି । ପ ବାଚସ୍ପତି ଜିରୱାଲ ଓ ୩ ଜନ ପ୍ରତିନିଧି ସଚିବାଳୟର ତୃତୀୟ ମହଲାରୁ ଡେଇଁଥିଲେ ହେଲେ ତଳେ ଜାଲି ବନ୍ଧାଯାଇଥିବାରୁ କାହାରି କିଛି କ୍ଷତି ହୋଇ ନାହିଁ ।
#WATCH | NCP leader Ajit Pawar faction MLA and deputy speaker Narhari Jhirwal jumped from the third floor of Maharashtra's Mantralaya and got stuck on the safety net. Police present at the spot. Details awaited pic.twitter.com/nYoN0E8F16
— ANI (@ANI) October 4, 2024
ଲୋକ ପ୍ରତିନିଧିମାନେ ନେଟରେ ପଡ଼ିବା ପରେ ପୁଣି ସଚିବାଳୟ ବିଲଡିଂ ଉପରକୁ ଚଢ଼ୁଥିବାରୁ ଭିଡିଓ ଭାଇରାଲ ହୋଇଥିଲା । ଏହା ପରେ ପୋଲିସ ଉକ୍ତ ନରେ ପହଞ୍ଚି ଉଦ୍ଧାର କରିଥିଲା ଏହାପୂର୍ବରୁ ମନ୍ତ୍ରଣାଳୟରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକ ବେଳେ କିଛି ଆଦିବାସୀ ବିଧାୟକ ଏହା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ସୂଚନାନୁସାରେ, ଧାନଗର ସଂପ୍ରଦାୟର ଲୋକ ଏବେ ଓବିସି ବର୍ଗରେ ରହିଛନ୍ତି ସେମାନଙ୍କୁ ଏସ୍ଟି ବର୍ଗରେ ସାମିଲ କରିବା ପାଇଁ ଦାବି କରାଯାଉଛି ।












Click it and Unblock the Notifications