ଉପ ମୁଖ୍ୟମନ୍ତ୍ରୀଙ୍କ 'X' ଆକାଉଣ୍ଟ ହ୍ୟାକ୍
ସିନ୍ଦେଙ୍କ ଆକାଉଣ୍ଟରେ ପାକିସ୍ତାନ ଏବଂ ତୁର୍କୀର ପତାକା ପୋଷ୍ଟ କରାଯାଇଛି । ହ୍ୟାକର୍ସମାନେ ୨ଟି ଦେଶର ପତାକା ସହିତ ଲାଇଭ ଷ୍ଟ୍ରିମିଂ କରିଥିଲେ। ଭାରତ ପାକିସ୍ତାନରେ ମଧ୍ୟରେ ଥିବା ଦ୍ଵିତୀୟ ଏସିଆ କପ୍ ଦିନ ହିଁ ଏପରି ପୋଷ୍ଟ ତାଙ୍କ ଆକଉଣ୍ଟରେ କରାଯାଇଥିଲା ।ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ 'X' ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି । ସିନ୍ଦେଙ୍କ ଆକାଉଣ୍ଟରେ ପାକିସ୍ତାନ ଏବଂ ତୁର୍କୀର ପତାକା ପୋଷ୍ଟ କରାଯାଇଛି । ହ୍ୟାକର୍ସମାନେ ୨ଟି ଦେଶର ପତାକା ସହିତ ଲାଇଭ ଷ୍ଟ୍ରିମିଂ କରିଥିଲେ। ଭାରତ ପାକିସ୍ତାନରେ ମଧ୍ୟରେ ଥିବା ଦ୍ଵିତୀୟ ଏସିଆ କପ୍ ମ୍ୟାଚ ଦିନ ହିଁ ଏପରି ପୋଷ୍ଟ ତାଙ୍କ ଆକଉଣ୍ଟରେ କରାଯାଇଥିଲା ।
ତେବେ ଏହାକୁ ନେଇ ଅଧିକାରୀଙ୍କ ପକ୍ଷରୁ ତୁରନ୍ତ ସାଇବର କ୍ରାଇମ ପୋଲିସ ଟିମକୁ ଖବର ଦିଆଯାଇଥିଲା । ପରେ ଉପମୁଖ୍ୟମନ୍ତ୍ରୀଙ୍କ ସେହି ଆକାଉଣ୍ଟ ସମ୍ଭାଳୁଥିବା ଦଳ ଆକାଉଣ୍ଟଟିକୁ ପୁନଃଉଦ୍ଧାର କରିଥିଲେ । ଆକାଉଣ୍ଟକୁ ପୁନଃଉଦ୍ଧାର କରିବା ପାଇଁ ତାଙ୍କୁ ୩୦ ରୁ ୪୦ ମିନିଟ୍ ସମୟ ଲାଗିଥିଲା ।

କିନ୍ତୁ ଏହା ଭିତରେ ହିଁ ଏହି ଆକାଉଣ୍ଟରେ ପୋଷ୍ଟ ହୋଇଥିବା ଦୁଇଟି ଇସଲାମିକ ଦେଶର ପତାକାର ସ୍କ୍ରିନସଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ପୂର୍ବରୁ ୨୦୨୪ ମେ' ରେ ଆସାମ ପ୍ରଦେଶ କଂଗ୍ରେସ କମିଟି ର ' x' ହ୍ୟାଣ୍ଡେଲ ହ୍ୟାକ୍ ହେବାସହ ଏହାର ନାଁ ପରିବର୍ତ୍ତନ ହୋଇ 'ଟେସଲା ଇଭେଣ୍ଟ' ରଖାଯାଇଥିଲା ଏବଂ ପ୍ରୋଫାଇଲ ଫଟୋରେ ମଧ୍ୟ ଟେସଲା ରଖାଯାଇଥିଲା ।












Click it and Unblock the Notifications