ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ସରକାରୀ କର୍ମଚାରୀଙ୍କୁ ଏତିକି ଟଙ୍କା ମିଳିବ ଦିୱାଲୀ ବୋନସ୍
ନୂଆଦିଲ୍ଲୀ : ଆଜି ନିର୍ବାଚନ କମିଶନ୍ ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ମଙ୍ଗଳବାର ଭାରତର ନିର୍ବାଚନ ଆୟୋଗ ମହାରାଷ୍ଟ୍ର ନିର୍ବାଚନର ତାରିଖ ଘୋଷଣା କରିଛି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନ ପାଇଁ ଭୋଟ୍ ନଭେମ୍ବର ୨୦ ରେ ଗୋଟିଏ ପର୍ୟ୍ୟାୟରେ ଅନୁଷ୍ଠିତ ହେବ ଏବଂ ଫଳାଫଳ ନଭେମ୍ବର ୨୩ ରେ ଘୋଷଣା କରାଯିବ।
ନିର୍ବାଚନ ତାରିଖ ଘୋଷଣା ହେବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମାଷ୍ଟ୍ରରଷ୍ଟ୍ରୋକ୍ ଖେଳିଛନ୍ତି। ସେ ଏକ ବଡ଼ ଘୋଷଣା କରି ନିମ୍ନ ସରକାରୀ କର୍ମଚାରୀଙ୍କ ପାଇଁ ଦିୱାଲୀ ବୋନସ୍ ଘୋଷଣା କରିଛନ୍ତି। ଯାହା ଦ୍ୱାରା ସରାକାରୀ କର୍ମଚାରୀ ଲାଭବାନ ହୋଇପାରିବେ । ରାଜ୍ୟ କର୍ମଚାରୀଙ୍କ ସହିତ ବିଏମସି (ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍) ମଧ୍ୟ କର୍ମଚାରୀମାନଙ୍କୁ ୨୯ ହଜାର ଟଙ୍କା ବୋନସ୍ ଘୋଷଣା କରିଛି।

ଗତ ବର୍ଷ ତୁଳନାରେ ଏହା ତିନି ହଜାର ଟଙ୍କା ଅଧିକ। ଶିଶୁ ଉଦ୍ୟାନର ଶିକ୍ଷକ ଏବଂ ଆଶା କର୍ମଚାରୀମାନେ ମଧ୍ୟ ବୋନସ୍ ପାଇବେ। ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ରାଜ୍ୟସଭା ସାଂସଦ ରାମଦାସ ଆଥୱାଲେଙ୍କ ନେତୃତ୍ୱରେ ମ୍ୟୁନିସିପାଲିଟି ଲେବର ୟୁନିଅନ ବ୍ରିହାନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି) କର୍ମଚାରୀଙ୍କ ପାଇଁ ୪୦,୦୦୦ଟଙ୍କା ଦିୱାଲୀ ବୋନସ ମାଗିଥିଲେ।
କର୍ମଚାରୀମାନଙ୍କୁ ଅତିରିକ୍ତ ବୋନସ୍ ଦେବାକୁ ସଂଘ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ମ୍ୟୁନିସିପାଲିଟି କର୍ପୋରେସନ୍ କମିସନରଙ୍କୁ ଅନୁରୋଧ କରିଥିଲେ। ଗତ ବର୍ଷ, ନଭେମ୍ବର ୮ ରେ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ କର୍ମଚାରୀଙ୍କ ପାଇଁ ୨୬,୦୦୦ ଟଙ୍କା ଦିୱାଲୀ ବୋନସ ଘୋଷଣା କରିଥିଲେ। ଚଳିତ ଥର ରାଜ୍ୟ ସରକାର୩ ହଜାର ବୃଦ୍ଧି କରି ୨୯ହଜାର ଦେବେ ବୋଲି କରିଛନ୍ତି ଘୋଷଣା ।












Click it and Unblock the Notifications