ଜାନୁଆରୀ ୨୨ରେ ମୁମ୍ବାଇରେ ଦିୱାଲୀ ପାଳିବାକୁ କହିଲେ ମୁଖ୍ୟମନ୍ତ୍ର, ଜାଣନ୍ତୁ ଏମିତି କଣ ପାଇଁ କହିଲେ ଏକନାଥ୍‌

ନୂଆଦିଲ୍ଲୀ: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଉଦଘାଟନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଅଯୋଧ୍ୟା ବ୍ୟତୀତ ଅନ୍ୟ ରାଜ୍ୟରେ ମଧ୍ୟ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଦିୱାଲୀ ଭଳି ମାହେଲ ରହିଛି । ଆଉ ଏହି କ୍ରମରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ୨୨ ଜାନୁଆରୀରେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ଅବସରରେ ମୁମ୍ବାଇରେ ଦିୱାଲୀ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରାମ ମନ୍ଦିରର ଉଦଘାଟନୀ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ମୁମ୍ବାଇର ସମସ୍ତ ମନ୍ଦିର ଏବଂ ପ୍ରମୁଖ ଅଟ୍ଟାଳିକାକୁ ଆଲୋକିକରଣ କରିବାକୁ ମୁଖ୍ୟମନ୍ତ୍ରୀ ବିଏମସି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁମ୍ବାଇରେ ଏକ ସ୍ୱଚ୍ଛତା ଅଭିଯାନକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି, ''ଜାନୁଆରି ୨୨ ତାରିଖରେ ରାମ ମନ୍ଦିର ଉଦଘାଟନ ହେବ । ମୁଁ ବିଏମସି କମିସନରଙ୍କୁ ସମଗ୍ର ମୁମ୍ବାଇ ସହରରେ ଦୀପାବଳି ପାଳନ କରିବାକୁ କହିବାକୁ ଚାହୁଁଛି । ମନ୍ଦିର ଏବଂ ଅଟ୍ଟାଳିକାରେ ସାଜସଜ୍ଜା ଆଲୋକ ମଧ୍ୟ ସ୍ଥାପନ କରାଯିବା ଉଚିତ୍ ।''

eknath shinde

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ''ରାମ ମନ୍ଦିର ସ୍ୱର୍ଗତ ବାଲାସାହେବ ଠାକରେ ଏବଂଭଗବାନ ରାମଙ୍କ ଭକ୍ତଙ୍କ ସ୍ୱପ୍ନ ଥିଲା । ମୋଦୀଜୀ ରାମ ମନ୍ଦିର ନିର୍ମାଣର ସ୍ୱପ୍ନକୁ ବାସ୍ତବରେ ପରିଣତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଯାହା କହିଛନ୍ତି ତାହା ପୂରଣ କରନ୍ତି । ସମସ୍ତେ ମୋଦିଙ୍କ କଥା ଉପରେ ବିଶ୍ୱାସ କରନ୍ତି ।''

ଯେତେବେଳେ ରାମ ମନ୍ଦିରର ଉଦ୍‌ଘାଟନ ରାଜନୈତିକ ଲାଭ ପାଇଁ ବ୍ୟବହୃତ ହେଉଛି କି ବୋଲି ପଚରାଯିବାରୁ ସିନ୍ଦେ କହିଛନ୍ତି ଯେ ''ରାମ ମନ୍ଦିର ଲୋକଙ୍କ ବିଶ୍ୱାସର ବିଷୟ, ତେଣୁ ଏହା ଏକ ରାଜନୈତିକ ପ୍ରସଙ୍ଗ ହୋଇପାରିବ ନାହିଁ ବୋଲି କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+