ମହାରାଷ୍ଟ୍ରରେ ୩ ଦିନିଆ ଶୋକ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମହାରାଷ୍ଟ୍ର ପାଇଁ କଳାଦିନ
ମହାରାଷ୍ଟ୍ରରେ ୩ ଦିନିଆ ଶୋକ ଘୋଷଣା ହୋଇଛି। ଅଜିତ ପାୱାରଙ୍କ ବିୟୋଗରେ ୩ ଦିନିଆ ଶୋକ କରାଯାଇଛି । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ । ମହାରାଷ୍ଟ୍ର ପାଇଁ କଳାଦିନ କହିଲେ ଫଡନବିସ୍ ।

ସୂଚନା ଯୋଗ୍ୟ ଯେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ପରଲୋକ ଘଟିଛି। ଏହି ଦୁର୍ଘଟଣା ମହାରାଷ୍ଟ୍ରର ବାରମତିରେ ଘଟିଛି। ବିମାନଟି ବାରମତିରେ ଅବତରଣ କରୁଥିବା ସମୟରେ ଏହି ଘଟଣା ଘଟିଥିଲା। ଦୁର୍ଘଟଣାରେ ବିମାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଉପମୁଖ୍ୟମନ୍ତ୍ରୀଙ୍କ ମୃତ୍ୟୁକୁ ସହଜେ ବିଶ୍ୱାସ କରିପାରୁନାହାନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ। ସେ ଭାବପ୍ରବଣ ହୋଇ କହିଛନ୍ତି, ଅଜିତ ଦାଦା ଭାଇ ପାୱାର ଜଣେ ସାଧାରଣ ନେତା ଥିଲେ ଏବଂ ତାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ ପାଇଛି। ତାଙ୍କ ପରିବାର ଶୋକରେ ବୁଡ଼ି ରହିଛି। ସେ ଜଣେ ଦୃଢ଼ ଏବଂ ଦୟାଳୁ ବନ୍ଧୁ ଥିଲେ। ଏହା ରାଜ୍ୟ ପାଇଁ ମଧ୍ୟ ଏକ କଷ୍ଟକର ଦିନ। ପ୍ରଧାନମନ୍ତ୍ରୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ମଧ୍ୟ ଏହି ଘଟଣା ବିଷୟରେ ଆମ ସହିତ ଆଲୋଚନା କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମହାରାଷ୍ଟ୍ରର ବାରାମତିରେ ଘଟିଥିବା ଦୁଃଖଦ ବିମାନ ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହି ଦୁର୍ଘଟଣାରେ ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସେ ଗଭୀର ସମବେଦନା ପ୍ରକାଶ କରିଛନ୍ତି ଏବଂ ଏହି କଷ୍ଟକର ସମୟରେ ଶୋକସନ୍ତପ୍ତ ପରିବାରକୁ ସାହସ ଏବଂ ଶକ୍ତି କାମନା କରିଛନ୍ତି।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଅଜିତ ପାୱାର ଜଣେ ଜନନେତା ଥିଲେ ଯାହାଙ୍କର ଏକ ଦୃଢ଼ ଜନସମର୍ଥନ ଥିଲା। ମହାରାଷ୍ଟ୍ରର ଲୋକଙ୍କ ସେବାରେ ତାଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠା ପାଇଁ ତାଙ୍କୁ ବ୍ୟାପକ ଭାବରେ ସମ୍ମାନିତ କରାଯାଇଥିଲା। ପ୍ରଶାସନିକ ବ୍ୟାପାର ପ୍ରତି ତାଙ୍କର ବୁଝାମଣା, ଗରିବ ଏବଂ ଅବହେଳିତ ଲୋକଙ୍କୁ ସଶକ୍ତ କରିବା ପାଇଁ ତାଙ୍କର ଆଗ୍ରହ ମଧ୍ୟ ଉଲ୍ଲେଖନୀୟ ଥିଲା। ତାଙ୍କର ଅକାଳ ବିୟୋଗ ଗଭୀର ଭାବରେ ମର୍ମାହତ ଏବଂ ଦୁଃଖଦାୟକ। ପ୍ରଧାନମନ୍ତ୍ରୀ ତାଙ୍କ ପରିବାର ଏବଂ ତାଙ୍କ ଅଗଣିତ ପ୍ରଶଂସକଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି












Click it and Unblock the Notifications