ଫଡନାବିସଙ୍କ କ୍ୟାବିନେଟ୍ ସମ୍ପ୍ରସାରଣ: ଅପରାହ୍ନ ୪ଟାରେ ଶପଥ ଗ୍ରହଣ
ମହାରାଷ୍ଟ୍ରରେ ଆରମ୍ଭ ହୋଇଛି ମହାୟୁତି ସରକାର। ଦେବେନ୍ଦ୍ର ଫଡନାବିସ୍ ପୁଣିଥରେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। ଆଜି ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ଙ୍କ କ୍ୟାବିନେଟ୍ ବିସ୍ତାର ହେବାକୁ ଯାଉଛି। ମହାରାଷ୍ଟ୍ର ସରକାରଙ୍କ ନେତୃତ୍ୱାଧୀନ ବିଜେପିର କ୍ୟାବିନେଟ ସମ୍ପ୍ରସାରଣ ୧୫ ଡିସେମ୍ବର ରବିବାର ହେବ। ଅପରାହ୍ନ ୪ ଟାରେ ନାଗପୁରରେ ଆୟୋଜିତ ଏକ ସମାରୋହରେ ନୂତନ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ। ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି ଯେଳ ୩୦-୩୨ ମନ୍ତ୍ରୀ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି।
ଏହାପରେ ରାଜ୍ୟ ବିଧାନସଭାର ସପ୍ତାହବ୍ୟାପୀ ଶୀତ ଅଧିବେଶନ ଡିସେମ୍ବର ୧୬ ସୋମବାର ଠାରୁ ନାଗପୁରରେ ଆରମ୍ଭ ହେବ। ଦେବେନ୍ଦ୍ର ଫଡନାଭିସଙ୍କ ନୂତନ କ୍ୟାବିନେଟ ପାଇଁ ରବିବାର ଶପଥ ଗ୍ରହଣ କରିବାକଥିବା ବିଧାୟକଙ୍କ ପାଖକୁ ଫୋନ୍ କଲ୍ ଯାଇଛି।
ବିଜେପି କୋଟାରୁ ୨୦ ଜଣ ବିଧାକ ମନ୍ତ୍ରୀ ହେବେ ବୋଲି କୁହାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ନୀତେଶ ରାଣା, ପଙ୍କଜା ମୁଣ୍ଡେ, ଗିରୀଶ ମହାଜନ, ଶିବେନ୍ଦ୍ର ରାଜେ, ଦେବେନ୍ଦ୍ର ଭୁୟାର୍, ମେଘନା ବର୍ଡିକର, ଜୟକୁମାର ରାଓ୍ୱଲ ଓ ମଙ୍ଗଳପ୍ରଭାତ ଲୋଧାଙ୍କୁ ଫୋନ୍ କଲ୍ ଆସି ସାରିଲାଣି।

ସୂଚନାଥାଉକି, ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ମହାୟୁତି ମେଣ୍ଟ ମୋଟ ୨୮୮ଟି ଆସନ ମଧ୍ୟରୁ ୨୩୦ଟି ଆସନ ହାତେଇଥିଲା। ସେଥିମଧ୍ୟରୁ ବିଜେପି ଏକାକୀ ୧୩୨ଟି ଆସନ ପାଇଥିବାବେଳେ ଶିବସେନା ୫୭, ଏନ୍ସିପି ୪୧ଟି ଆସନ ପାଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା ଚାଲିଥିଲା। ବେଶ୍ କିଛି ଦିନ ପରେ ସସ୍ପେନ୍ସ ଉପରେ ବ୍ରେକ୍ ଲାଗିଥିଲା। ଏହାପରେ ଦେବେନ୍ଦ୍ର ଫଡ଼ନବିସ୍ ମୁଖ୍ୟମନ୍ତ୍ରୀ ଓ ଏକନାଥ ସିନ୍ଦେ, ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।












Click it and Unblock the Notifications