ମହାରାଷ୍ଟ୍ରରେ ମହାୟୁତି ସରକାରର ସମ୍ପ୍ରସାରଣ, ୩୯ ବିଧାୟକ ନେଲେ ମନ୍ତ୍ରୀ ପଦର ଶପଥ

ବହୁ ଚର୍ଚ୍ଚା ଆଲୋଚନା ପରେ ଛିଡ଼ିଲା ଭାଗ। ଆଜି ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନାବିସଙ୍କ କ୍ୟାବିନେଟ୍ ବିସ୍ତାର ହୋଇଛି। ବିଜେପି, ଶିବସେନା ଓ ଏନସିପି ମନ୍ତ୍ରୀମାନେ ଶପଥ ନେଇଛନ୍ତି। ନାଗପୁରରେ ଏହି ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାଓ୍ବାରଙ୍କ ଉପସ୍ଥିତିରେ ରାଜ୍ୟପାଳ ସିପି ରାଧାକୃଷ୍ଣନ ମନ୍ତ୍ରୀମାନଙ୍କୁ ଶପଥପାଠ କରାଇଥିଲେ ।

ଆଜି ଶପଥ ସମାରୋହରେ ବିଜେପିର ୧୯ ବିଧାୟକ ମନ୍ତ୍ରୀ ପଦରେ ଶପଥ ନେଇଛନ୍ତି। ଶିବସେନା କୋଟାରୁ ୧୧ ଓ ଏନସିପିରୁ ୯ ଜଣ ବିଧାୟକ ମନ୍ତ୍ରୀ ହୋଇଛନ୍ତି। ଦଳୀୟ ସୂତ୍ର ଅନୁଯାୟୀ, ଦେବେନ୍ଦ୍ର ଫଡ଼ଣବିସ ସରକାରରେ ମନ୍ତ୍ରୀ ପଦରେ ଶପଥ ନେଇଥିବା ବିଧାୟକଙ୍କ କାର୍ଯ୍ୟକାଳ ଅଢେଇ ବର୍ଷ ରହିବ। ଏ ନେଇ ଅନେକ ମନ୍ତ୍ରୀଙ୍କଠୁ ସତ୍ୟପାଠ ଲେଖା ଯାଇଛି। ଏହାର ଉଦ୍ଦେଶ୍ୟ ଅନେକ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିବ। ଏହି ଅଢେଇ ବର୍ଷରେ କାର୍ଯ୍ୟଶୈଳୀ ଓ ବିକାଶମୂଳକ ପ୍ରକଳ୍ପକୁ ମଧ୍ୟ ପରଖାଯିବ। କୁହାଯାଉଛି ଯେଉଁ ବିଧାୟକମାନେ ଦୁଇ ତିନି ଥର ନିର୍ବାଚନ ଜିତିଛନ୍ତି, ସେମାନଙ୍କ ଅସନ୍ତୋଷକୁ ଦୂର କରିବା ପାଇଁ ଅଢେଇ ବର୍ଷର ଫର୍ମୁଲା ରଖାଯାଇଛି।

ଛତ୍ରପତି ଶିବାଜୀ ମହାରାଜଙ୍କ ବଂଶଧର ଶିବେନ୍ଦ୍ରରାଜେ ଭୋଂସଲେଙ୍କୁ ମଧ୍ୟ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ଏହା ପୂର୍ବରୁ ଅନେକ ବରିଷ୍ଠ ନେତା ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ପୂର୍ବତନ ବିଜେପି ନେତା ଗୋପୀନାଥ ମୁଣ୍ଡେଙ୍କ ଝିଅ ପଙ୍କଜା ମୁଣ୍ଡେ ମଧ୍ୟ ରବିବାର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଚନ୍ଦ୍ରଶେଖର ବାୱନକୁଲେଙ୍କୁ ମଧ୍ୟ ମହାରାଷ୍ଟ୍ରର ନୂଆ ସରକାରରେ ମନ୍ତ୍ରୀ କରାଯାଇଛି । ବିଜେପି ନେତା ଗଣେଶ ନାଏକ, ଶିବସେନା ନେତା ଦାଦାଜୀ ଓ ସଞ୍ଜୟ ରାଠୋର ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

Maharashtra Cabinet Expanded

ତେବେ ମନ୍ତ୍ରୀପଦ ନ ମିଳିବାକୁ ନେଇ କେତେକ ସଦସ୍ୟ ଅସନ୍ତୋଷ ପ୍ରକଟ ବି କରିଛନ୍ତି । ମନ୍ତ୍ରୀ ପଦ ନ ମିଳିବାରୁ କ୍ଷୁବ୍ଧ ହୋଇ ଶିବସେନା ବିଧାୟକ ନରେନ୍ଦ୍ର ଭୋଣ୍ଡେକର ଇସ୍ତଫା ଦେଇ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଭୋଣ୍ଡେକର ମଧ୍ୟ ବିଧାନସଭାର ଉପନେତା ପଦରୁ ଇସ୍ତଫା ଦେଇଛନ୍ତି।

ତେବେ ମନ୍ତ୍ରୀପଦ ନ ମିଳିବାକୁ ନେଇ କେତେକ ସଦସ୍ୟ ଅସନ୍ତୋଷ ପ୍ରକଟ ବି କରିଛନ୍ତି । ମନ୍ତ୍ରୀ ପଦ ନ ମିଳିବାରୁ କ୍ଷୁବ୍ଧ ହୋଇ ଶିବସେନା ବିଧାୟକ ନରେନ୍ଦ୍ର ଭୋଣ୍ଡେକର ଇସ୍ତଫା ଦେଇ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଭୋଣ୍ଡେକର ମଧ୍ୟ ବିଧାନସଭାର ଉପନେତା ପଦରୁ ଇସ୍ତଫା ଦେଇଛନ୍ତି। ଏହାବ୍ୟତୀତ ସେ ଶିବସେନା ବିଦର୍ଭ ସହ ସଂଯୋଜକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+