ୟୁନିଫାଏଡ୍ ପେନସନ୍ ଯୋଜନାକୁ ଲାଗୁ କଲେ ରାଜ୍ୟ ସରକାର
ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ୍ ଶନିବାର ନୂତନ ପେନ୍ସନ୍ ଯୋଜନା (ୟୁନିଫାଏଡ୍ ପେନ୍ସନ୍ ଯୋଜନା)କୁ ଅନୁମୋଦନ କରିଛନ୍ତି। ଏହା ପରେ, ବର୍ତ୍ତମାନ ରାଜ୍ୟଗୁଡିକ ମଧ୍ୟ ଏହି ପେନ୍ସନ୍ ଯୋଜନା ଗ୍ରହଣ କରିବାକୁ ଆଗେଇ ଆସୁଛନ୍ତି। ରବିବାର ମହାରାଷ୍ଟ୍ର କ୍ୟାବିନେଟ୍ ମଧ୍ୟ ଏହି ପେନ୍ସନ୍ ଯୋଜନାକୁ ଅନୁମୋଦନ କରିଛି। ଏହି ଯୋଜନାରେ ସରକାରୀ କର୍ମଚାରୀଙ୍କୁ ୫୦% ନିଶ୍ଚିତ ପେନସନ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ।

ଏହି ଯୋଜନାରେ ନିଶ୍ଚିତ ପାରିବାରିକ ପେନସନ୍, ନିଶ୍ଚିତ ସର୍ବନିମ୍ନ ପେନସନ୍, ମୁଦ୍ରାସ୍ଫୀତି ସହ ସୂଚକାଙ୍କ ଏବଂ ଗ୍ରାଚ୍ୟୁଇଟି ବ୍ୟତୀତ ଅତିରିକ୍ତ ଦେୟ ମଧ୍ୟ ଅନ୍ତର୍ଭୁକ୍ତ। ଏହି ଯୋଜନାଦ୍ୱାରା ୨୩ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଉପକୃତ ହେବେ । ଯଦି ରାଜ୍ୟ ସରକାରଙ୍କ କର୍ମଚାରୀ ମାନେ ମଧ୍ୟ ଏଥିରେ ସାମିଲ ହୁଅନ୍ତି ତେବେ ପ୍ରାୟ ୯୦ ଲକ୍ଷ କର୍ମଚାରୀ ଏହି ଯୋଜନାର ଲାଭ ପାଇବେ ।
ୟୁପିଏସ୍ ବା ୟୁନିଫାଏଡ ପେନସନ୍ ସ୍କିମକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହି ନିଷ୍ପତ୍ତି ମୁତାବକ କର୍ମଚାରୀଙ୍କ ମୂଳ ଦରମାର ୫୦ ପ୍ରତିଶତ ପେନସନ ମିଳିବ। ଯଦି କର୍ମଚାରୀ ଜଣଙ୍କ ୨୫ ବର୍ଷ କାମ କରିଥାନ୍ତି ତେବେ ତାଙ୍କୁ ପୂରା ପେନସନ ମିଳିବ। ଯଦି ୧୦ ବର୍ଷ କାମ କରିଥାନ୍ତି ତେବେ ସରକାରଙ୍କ ତରଫରୁ କର୍ମଚାରୀଙ୍କୁ ପ୍ରତିମାସରେ ୧୦ ହଜାର ଟଙ୍କା ପେନସନ ଯୋଗାଇ ଦେବେ । ପରିବାର ପେନସନ ୬୦ ପ୍ରତିଶତ ଦିଆଯିବ । ଏହି ଯୋଜନା ଏପ୍ରିଲ ପହିଲା ୨୦୨୫ ରୁ ଲାଗୁ ହେବ












Click it and Unblock the Notifications