Get Updates
Get notified of breaking news, exclusive insights, and must-see stories!

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା:୧୫୦ ଫୁଟ୍ ତଳକୁ ଖସିଲା ବସ୍, ଚାଲିଗଲା ୧୩ ଜୀବନ

ମୁମ୍ବାଇ: ଶନିବାର ସକାଳୁ ମହାରାଷ୍ଟ୍ର ରାୟଗଡର ଖୋପୋଲି ଅଞ୍ଚଳରେ ମୁମ୍ବାଇ-ପୁଣେ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଚାଲିଗଲା ୧୩ ଜଣଙ୍କର ଜୀବନ । ଏକ ଯାତ୍ରୀବାହୀ ବସ୍ ୧୫୦ ଫୁଟ୍ ଗଭୀର ଖାଇରେ ପଡିଯିବାର ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା ରହିଛି ।

ଏହି ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୫ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ କର୍ମଚାରୀ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବସଟି ବହୁ ଗଭୀରରେ ପଡିଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା ।

Maharashtra

ଏହି ବସ୍ ପୁଣେରୁ ମୁମ୍ବାଇ ଯାଉଥିଲା। ଦୁର୍ଘଟଣା ସମୟରେ ମୋଟ ୪୦-୪୫ ଯାତ୍ରୀ ବସ୍‌ରେ ଯାତ୍ରା କରୁଥିବା ନେଇ ସୂଚନା ରହିଛି । ଘଟଣାସ୍ଥଳରେ ହିଁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅର୍ଦ୍ଧ୍ୱ ଆହତଙ୍କୁ ଭିନ୍ନ ଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ଡାକ୍ତରଖାନାରେ ହୋଇଥିବା ବେଳେ ଅନ୍ୟ ଗୁରୁତର ମାନଙ୍କର ଚିକିତ୍ସା ଜାରି ରହିଛି ।

ରାୟଗଡ଼ ଏସପି ଏବଂ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଁଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରି ନାହିଁ । ରିପୋର୍ଟ ଅନୁସାରେ, ଗୋରେଗାଓଁ ଅଞ୍ଚଳର ଏକ ସଂଗଠନର ୪୦ରୁ ଅଧିକ ଲୋକେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପୁଣେ ଯାଇଥିଲା । କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିବା ସମୟରେ ହଠାତ୍ ଭାରସାମ୍ୟ ହରାଇ ୧୫୦ ଫୁଟ୍ ତଳକୁ ଖସି ପଡିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+