ମହାରାଷ୍ଟ୍ରରେ ରେଲୱେ ଫୁଟ୍ ଓଭରବ୍ରିଜ୍ ଭୁଶୁଡ଼ି ୧୩ରୁ ଅଧିକ ଆହତ
ମହାରାଷ୍ଟ୍ରରେ ରେଲୱେ ଫୁଟ୍ ଓଭରବ୍ରିଜ୍ ଭୁଶୁଡ଼ି ୧୩ରୁ ଅଧିକ ଆହତ
ମୁମ୍ବାଇ: ରବିବାର (ନଭେମ୍ବର 27) ମହାରାଷ୍ଟ୍ରର ଚନ୍ଦ୍ରପୁରର ରେଳ ଷ୍ଟେସନରେ ଫୁଟ ଓଭର ବ୍ରିଜର କିଛି ଅଂଶ ଭୁଶୁଡ଼ିବା ପରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଚାରି ଯାତ୍ରୀଙ୍କ ଅବସ୍ଥା ଗୁରୁତର । ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଧିକାରୀମାନଙ୍କ ତରଫରୁ ଏହି ସୂଚନା ଜାରି କରାଯାଇଛି । ଏହି ଦୁର୍ଘଟଣାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ରବିବାର ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ସରକାରୀ ରେଳ ପୋଲିସ (GRP) ଅଧିକାରୀ କହିଛନ୍ତି ଯେ ପୁଣେ ଯାଉଥିବା ଟ୍ରେନରେ ଯିବା ପାଇଁ ବହୁ ସଂଖ୍ୟକ ଯାତ୍ରୀ ଫୁଟଓଭର ବ୍ରିଜ ପାର ହେବା ସମୟରେ ହଠାତ୍ ଏହାର ଏକ ଅଂଶ ଭୁଶୁଡି ପଡିଥିଲା । ଏହି କାରଣରୁ କିଛି ଯାତ୍ରୀ ପ୍ରାୟ ୨୦ ଫୁଟ ଉଚ୍ଚରୁ ରେଳ ଟ୍ରାକ୍ ଉପରେ ଖସିପଡିଥିଲେ । ୧୩ ଜଣ ଆହତଙ୍କୁ ବଲାରପୁର ଗ୍ରାମୀଣ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରୁ କିଛି ସମୟ ପରେ ଚନ୍ଦ୍ରପୁର ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ରେଳବାଇ ପକ୍ଷରୁ ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତମାନଙ୍କୁ ୫୦ ହଜାର ଟଙ୍କା ଚିକିତ୍ସା ସହାୟତା ଘୋଷଣା କରାଯାଇଛି
#WATCH | Slabs fall off of a foot over bridge at Balharshah railway junction in Maharashtra's Chandrapur; people feared injured pic.twitter.com/5VT8ry3ybe
— ANI (@ANI) November 27, 2022












Click it and Unblock the Notifications