ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କଲା ଏନ୍ସିପି , ଏହି ଆସନରୁ ଲଢିବେ ଅଜିତ ପାୱାର
Maharashtra Assembly Election: ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ବୁଧବାର ନଭେମ୍ବର ୨୦ରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ୩୮ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ବାରାମତି, ୟେଭଲା ଠାରୁ ଛଗନ ଭୁଜବଳ ଏବଂ ଆମ୍ବେଗାଓଁର ଦିଲୀପ ୱାଲ୍ସ ପାଟିଲ ପ୍ରାର୍ଥୀ ହୋଇଛନ୍ତି।
ଇତିମଧ୍ୟରେ ମହାରାଷ୍ଟ୍ର ନବନିର୍ମାଣ ସେନା ମଧ୍ୟ ତା'ର ଦ୍ଵିତୀୟ ପର୍ଯ୍ୟାୟରେ ୪୫ ଜଣ ପ୍ରାର୍ଥୀଙ୍କର ନାମ ଘୋଷଣା କରିଛି । ସେଥୁମଧ୍ୟରୁ ଏସ୍ଏସ୍ଏସ୍ ମୁଖ୍ୟ ରାଜଠାକରେଙ୍କ ପୁଅ ଅମିତ ଠାକରେ ମହିମ୍ ଆସନରୁ ପ୍ରତିଦ୍ଵନ୍ଦିତା କରିବେ । ସେ ଶିବସେନାର ବିଧାୟକ ଥିବା ସଦା ସର୍ଭଙ୍କରଙ୍କ ସହ ଲଢ଼ିବେ ବୋଲି ଜଣାପଡ଼ିଛି ।

ଏହାପୂର୍ବରୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି ଶିବସେନା ତା'ର ୪୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପୁନର୍ବାର କୋପ୍ରି- ପପଖଡ଼ି ବିଧାନସଭା କ୍ଷେତ୍ରରୁ ପ୍ରତିଦ୍ଵନ୍ଦିତା କରିବେ । ସେହିପରି ମନ୍ତ୍ରୀ ଅବଦୁଲୁ ସତାର୍ ସିଲୋଡ୍ ଆସନରୁ, ସଂଜୟ ରାଠୋଡ ଦିଗ୍ରାଜ, ସନ୍ତୋଷ ବାଙ୍ଗର କାଲାମ୍ନୁରୀ ଏବଂ ସଂଜୟ ଶ୍ରୀସାତ୍ ଛତ୍ରପତି ପଶ୍ଚିମ ସମ୍ଭାଜିନଗରରୁ ଲଢ଼ିବେ ବୋଲି ଦଳପକ୍ଷରୁ କୁହାଯାଇଛି ।
ସାଂସଦ ସଂଦୀପନ୍ ଭୁମ୍ରେଙ୍କ ପୁଅ ବିଳାସ ରୁମ୍ରେ ପୈଠାନରୁ, ସୁବାସ କାଣ୍ଡେ ନନ୍ଦଗାଓଁରୁ, ପ୍ରତାପ ସର୍ନାୟକ ଓଭାଲା- ମାଝିୱାଡ଼ାରୁ ଏବଂ ଦାଦାଜୀ ଭୁଶେ ମାଲେଗାଓଁ ଆଉଟର୍ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ଵନ୍ଦିତା କରିବେ । ସେହିପରି ରାଜ୍ୟମନ୍ତ୍ରୀ ଉଦୟ ସାମନ୍ତ ରତ୍ନଗିରିରୁ ଏବଂ ଦୀପକ କେଶାଲକର ସାୱନ୍ତଓ୍ବାଡ଼ି ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଶିବସେନା ପକ୍ଷରୁ ଘୋଷଣା କରାଯାଇଛି ।












Click it and Unblock the Notifications