Maharashtra Assembly Election: ଆସନ୍ତାକାଲି ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ, ଆଜି ନାମାଙ୍କନ ଭରିଲେ ବହୁ ହେଭିୱେଟ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି ଆସନ୍ତାକାଲି ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସ । ଆଜି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର୍‍ଙ୍କ ସମେତ ବିଭିନ୍ନ ଦଳର ପ୍ରାର୍ଥୀମାନେ ନିଜ ନିଜ ମନୋନୟନ ପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ସିନ୍ଦେ ଆଜି ତାଙ୍କ ସାଂସଦ ପୁତ୍ର ଶ୍ରୀକାନ୍ତ ସିନ୍ଦେ ଓ ଶିବସେନା ନେତା ପ୍ରତାପ ସାର୍‍ନାଏକଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦଙ୍କ ସହିତ ଏକ ଶୋଭାଯାତ୍ରାରେ ଯାଇ କୋପ୍ରି-ପାଚ୍‍ପାଖାଡ଼ି ବିଧାନସଭା ମଣ୍ଡଳୀ ନିମନ୍ତେ ନିଜର ମନୋନୟନ ପତ୍ର ଦାଖଲ କରିଛନ୍ତି ।

ସେହିଭଳି ଉପମୁଖ୍ୟମନ୍ତ୍ରୀ ଶ୍ରୀ ପାୱାର ତାଙ୍କର ପାରମ୍ପରିକ ବାରମତୀ ଆସନ ଲାଗି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଅନ୍ୟପକ୍ଷରେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ତଥା ପୁତୁରା ମହାବିକାଶ ଅଘାଡ଼ି ପ୍ରାର୍ଥୀ ଯୋଗେନ୍ଦ୍ର ପାୱାର ମଧ୍ୟ ଏନ୍‍.ସି.ପି. (ଏସ୍‍.ପି.) ମୁଖ୍ୟ ଶରଦ୍‍ ପାୱାରଙ୍କ ଉପସ୍ଥିତିରେ ବାରମତୀ ଆସନ ନିମନ୍ତେ ନିଜର ମନୋନୟନ ପତ୍ର ଦାଖଲ କରିଛନ୍ତି ।

eci

ସେହିଭଳି କଂଗ୍ରେସ ନେତା ବିଜୟ ୱାଦେତିୱାର ବ୍ରହ୍ମପୁରୀ ଆସନ ଏବଂ ବିଶ୍ୱଜିତ କାଡ଼ାମ୍‍ ପଲୁଷ-କଡ଼େଗାଓଁ ବିଧାନସଭା ଆସନରୁ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହାଛଡ଼ା ସାଂସଦ ନାରାୟଣ ରାଣେଙ୍କ ପୁଅ ନିଲେଶ ରାଣେ କୁଡ଼ାଲ୍‍ରୁ ଏବଂ ସମ୍ପ୍ରତି ଏନ୍‍.ସି.ପି.ରେ ଯୋଗ ଦେଇଥିବା ପ୍ରତାପ ଚିଖାଲିକର୍‍ ଲୋହା-କାନ୍ଧାର୍‍ ଆସନରୁ, ମହାରାଷ୍ଟ୍ର ନବନିର୍ମାଣ ସେନା ପ୍ରାର୍ଥୀ ତଥା ଦଳର ମୁଖ୍ୟ ରାଜ୍‍ ଠାକ୍‍ରେଙ୍କ ପୁଅ ଅମିତ୍‍ ଠାକ୍‍ରେ ମହିମ୍‍ ବିଧାନସଭା ଆସନ ଲାଗି ନିଜ ନିଜ ମନୋନୟନ ପତ୍ର ଆଜି ଦାଖଲ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+