Maharashtra Assembly Election :ନାମାଙ୍କନ ପତ୍ର ଦାଖଲର ଶେଷ ହେଉଛି ଆସନ୍ତା ମଙ୍ଗଳବାର
Maharashtra Assembly Election : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ମଙ୍ଗଳବାର ହେଉଛି ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ । ରାଜନୈତିକ ଦଳଗୁଡ଼ିକ ଇତିମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କର ପ୍ରାର୍ଥୀ ତାଲିକା ଘୋଷଣା କରୁଛନ୍ତି । ବିଜେପି ଗତକାଲି ଦ୍ୱିତୀୟ ପ୍ରାର୍ଥୀ ତାଲିକାରେ ୨୨ଜଣଙ୍କ ନାମ ଘୋଷଣା କରିଛି । ଏପର୍ଯ୍ୟନ୍ତ ବିଜେପି ମୋଟ୍ ୧୨୧ଜଣ ପ୍ରାର୍ଥୀଙ୍କର ନାମ ଦଳପକ୍ଷରୁ ଘୋଷଣା କରିସାରିଛି ।
କଂଗ୍ରେସ ପକ୍ଷରୁ ଗତକାଲି ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାର୍ଥୀତାଲିକା ଘୋଷଣା ହୋଇଛି । କଂଗ୍ରେସ ମୋଟ୍ ୮୭ଟି ଆସନ ପାଇଁ ପ୍ରାର୍ଥୀ ଦେବ । ଶରଦ ପାୱାର ନେତୃତ୍ୱାଧୀନ ଏନ୍ସିପି ଏପର୍ଯ୍ୟନ୍ତ ୬୭ଜଣଙ୍କର ନାମ ନିର୍ବାଚନ ପାଇଁ ଘୋଷଣା କରିସାରିଛି । ଶିବସେନା ୟୁ.ବି.ଟି ଦ୍ୱିତୀୟ ପର୍ଯ୍ୟାୟରେ ୧୫ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ସହ ସାମାଜିକ ଗଣମାଧ୍ୟମରେ ୩ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛି ।

ମହାରାଷ୍ଟ୍ର ନବନିର୍ମାଣ ସେନା ଗତକାଲି ୧୫ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏପର୍ଯ୍ୟନ୍ତ ୯୯୧ଜଣ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି । ୨୮୮ ଆସନ ବିଶିଷ୍ଟ ବିଧାନସଭା ଲାଗି ଆସନ୍ତାମାସ ୨୦ ତାରିଖରେ ଏକକ ପର୍ଯ୍ୟାୟରେ ମତଗ୍ରହଣ କରାଯିବ । ୨୩ ତାରିଖରେ ଭୋଟ୍ଗଣତି ସହ ଫଳାଫଳ ଘୋଷଣା ହେବ ।












Click it and Unblock the Notifications