Get Updates
Get notified of breaking news, exclusive insights, and must-see stories!

Maharashtra Assembly Election Exit Poll: ମହାରାଷ୍ଟ୍ରରେ ଏନଡିଏକୁ ବହୁମତ

ମହାରାଷ୍ଟ୍ର ଓ ଝାଡ଼ଖଣ୍ଡର ସମସ୍ତ ବିଧାନସଭା ଆସନ ପାଇଁ ମତଦାନ ଶେଷ ହୋଇଛି । ମତଦାନ ଶେଷ ହେବା ମାତ୍ରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି ।

ତେବେ ଜାଣନ୍ତୁ କ'ଣ କହୁଛି ଏହି ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ....

ଚାଣକ୍ୟ ଷ୍ଟ୍ରାଟେଟିଜ୍‌ ଏକ୍‌ଜିଟ୍‌ ପୋଲ୍‌ ମହାୟୁତି ପ୍ରତ୍ୟାବର୍ତ୍ତନକୁ ଦର୍ଶାଉଛି । ଏକ୍‌ଜିଟ୍‌ ସର୍ଭେ ଅନୁଯାୟୀ ଭାଜପା ସହଯୋଗୀ ଦଳ ୧୫୨-୧୬୦ ସିଟ୍‌ ପାଇବ । କଂଗ୍ରେସ ମିଳିତ ମେଣ୍ଟ ୧୩୦-୧୩୮ ସିଟ୍‌ ପାଇବ ବୋଲି ଆଶା କରାଯାଉଛି ।

ସେହିପରି ମାଟ୍ରିଜ୍‌ କରିଥିବା ଏକ୍‌ଜିଟ ପୋଲ୍‌ରେ କୁହାଯାଇଛି ଯେ, ଭାଜପା ମେଣ୍ଟ ମହାରାଷ୍ଟ୍ରରେ ୧୫୦-୧୭୦ଟି ଆସନ ଜିତିବ । ସେହିପରି କଂଗ୍ରେସ, ଉଦ୍ଧବ ଠାକରେଙ୍କ ଶିବସେନା ଓ ଶରଦ ପାଓ୍ବାରଙ୍କ ଏନ୍‌ସିପି ମିଳିତ ଭାବେ ଗଠନ କରିଥିବା ମହା ବିକାଶ ଅଗାଡ଼ି ୧୧୦ରୁ ୧୩୦ ଓ ଅନ୍ୟାନ୍ୟ ଦଳ ୮ରୁ ୧୦ଟି ଆସନ ଜିତିବେ ।

Maharashtra Assembly Election Exit Poll

ମହାରାଷ୍ଟ୍ରରେ ଭାଜପା ଏକାକୀ ୮୯ରୁ ୧୦୧ ଆସନ ପାଇବ, କଂଗ୍ରେସ ୩୯ରୁ ୪୭, ଶିବସେନା ୩୭ରୁ ୪୫, ଏନ୍‌ସିପି(ଶରଦ ପାଓ୍ବାର) ୩୫ରୁ ୪୩, ଶିବସେନା(ଉଦ୍ଧବ ଠାକ୍‌ରେ) ୨୧ରୁ ୨୯ ଓ ଏନ୍‌ସିପି(ଅଜିତ ପାଓ୍ବାର)ଙ୍କ ଦଳ ୧୭ରୁ ୨୬ଟି ଆସନ ଜିତିବ ।

ପିଏମ୍‌ଆର୍‌କ୍ୟୁ ଏକ୍‌ଜିଟ୍‌ ପୋଲରେ କୁହାଯାଇଛି, ଭାଜପା ମେଣ୍ଟ ୧୩୭ରୁ ୧୫୭, ଏମ୍‌ଭିଏ ୧୨୬ରୁ ୧୪୬ ଓ ଅନ୍ୟାନ୍ୟ ଦଳ ୨ରୁ ୮ଟି ଆସନ ଜିତିବେ ।

ବିଭିନ୍ନ ଏକ୍‌ଜିଟ୍‌ ପୋଲର ଆକଳନ ଦେଖିଲେ ମହାରାଷ୍ଟ୍ରରେ ଭାଜପା ନେତୃତ୍ୱାଧୀନ ମହାୟୁତି ପୁଣି ସରକାର ଗଠନ କରିବ। ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ୍‌ ନମ୍ବର ହେଉଛି ୧୪୫। ଆସନ୍ତା ୨୩ ତାରିଖରେ ଭୋଟ୍‌ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନା, BJP ଏବଂ NCP ଅଜିତ ପାୱାର ଗୋଷ୍ଠୀକୁ ନେଇ ଗଠନ ହୋଇଛି ମହାୟୁତି ମେଣ୍ଟ । ସେହିଭଳି କଂଗ୍ରେସ, ଶିବସେନା (ୟୁବିଟି) ଏବଂ ଏନ୍‌ସିପି - ଶରଦ ପାୱାର ଗୋଷ୍ଠୀକୁ ନେଇ ହୋଇଛି ମହା ବିକାଶ ଅଘାଡି । ପୂର୍ବ ନିର୍ବାଚନରେ କଂଗ୍ରେସ, ଶିବସେନା ମେଣ୍ଟ ଏବଂ କଂଗ୍ରେସ, ଏନସିପି ମେଣ୍ଟ ଭିତରେ ଲଢେଇ ହୋଇଥିଲା ।ତେବେ ପରେ ଏକନାଥ ସିନ୍ଦେ ଶିବସେନାରୁ ଏବଂ ଅଜିତ ପାୱାର ଏନସିପିରୁ ଅଲଗା ହୋଇ ଭିନ୍ନ ଦଳ ଗଠନ କରିଥିଲେ । ଏଇ ଦୁଇ ଦଳ ବିଭାଜିତ ହେବା ପରେ ଏହା ରାଜ୍ୟରେ ପ୍ରଥମ ବିଧାନସଭା ନିର୍ବାଚନ । ନଜର ପକାନ୍ତୁ ମହାରାଷ୍ଟ୍ରରେ ନିର୍ବାଚନରେ ଲଢୁଥିବା ହେଭିୱେଟଙ୍କ ଉପରେ । କୋପରୀ ପଚପୋଖଡିର ଆସନରୁ ଲଢୁଛନ୍ତି ଏକନାଥ ସିନ୍ଦେ, ସାଉଥ-ୱେଷ୍ଟ ନାଗପୁରରୁ ଦେବେନ୍ଦ୍ର ଫଡନାବିସ, ବାରାମତିରୁ ଏନସିପିରୁ ଅଜିତ ପାୱାର, ଓର୍ଲିରୁ ଉଦ୍ଧବ ଠାକରେଙ୍କ ଦଳରୁ ଆଦିତ୍ୟ ଠାକରେ, ଓର୍ଲିଂରୁ ଶିବସେନାରୁ ମିଲିନ୍ଦ ଦେଓରା, ସାକୋଲି ଆସନରୁ ଆଇଏନସିରୁ ନାନା ପାଟୋଲେ ଲଢୁଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+