Maharashtra Assembly Election : ୫ ଦିନରେ ୬୬୭ଟି ଅଭିଯୋଗ ପଞ୍ଜୀକୃତ

Maharashtra Assembly Election : ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ମାତ୍ର ଆଉ ହାତ ଗଣତି ଦି ବାକି ରହିଛି । ନିର୍ବାଚନ ଲାଗି ରାଜ୍ୟରେ ରାଜନୈତିକ ମାହୋଲ ହୋଇ ଉଠିଛି ପୂରା ଉଷ୍ମ । ନିର୍ବାଚନ ପାଇଁ ଗତକାଲି ପ୍ରାର୍ଥୀ ତାଲିକା ଜାରି କରିଥିଲା ଭାରତୀୟ ଜନତା ପାର୍ଟି। ରାଜ୍ୟରେ ୩ ଦଳ ମଧ୍ୟରେ ସିଟ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ ହେବା ପରେ ଗତକାଲି ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ୯୯ ଜଣଙ୍କୁ ଦଳ ପକ୍ଷରୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦିଆଯାଇଛି।

ଅନ୍ୟପଟେ ରାଜ୍ୟରେ ବିଧାନସଭା ନିର୍ବାଚନ ନିମନ୍ତେ ଚଳିତମାସ ୧୫ ତାରିଖରୁ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି । ମାତ୍ର ୫ ଦିନ ମଧ୍ୟରେ ସି-ଭିଜିଲ୍ ଆପ୍ ଜରିଆରେ ସାରା ରାଜ୍ୟରେ ୬୬୭ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ସୂଚନା ମିଳିଛି । ସେଗୁଡ଼ିକ ମଧ୍ୟରୁ ୬୬୦ଟି ଅଭିଯୋଗର ସମାଧାନ କରାଯାଇଥିବା ନିର୍ବାଚନ ଆୟୋଗ କହିଛନ୍ତି ।

eci

ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର କିରଣ କୁଲ୍‌କର୍ଣ୍ଣୀ କହିଛନ୍ତି ମହାରାଷ୍ଟ୍ରର ଯେକୌଣସି ଲୋକ ଆଦର୍ଶ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ ସିଭିଜିଲ୍ ଆପ୍ ରେ କରିପାରିବେ ।ଅନ୍ୟପକ୍ଷରେ ରାଜ୍ୟରେ ଚାଲିଥିବା କୌଣସି କଲ୍ୟାଣକାରୀ ଯୋଜନାରେ ନୂଆ ଲାଭାର୍ଥୀ ଚୟନ ନ କରିବା ଲାଗି ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଆଚରଣ ବିଧି ସମୟରେ କୌଣସି ନୂଆ ଯୋଜନା ଏବଂ

ଅନ୍ୟ ଯୋଜନାରେ ଅର୍ଥ ବିତରଣ ଭଳି ବିଷୟ ଘୋଷଣା କରାଯିବ ନାହିଁ । ତେବେ ଜରୁରୀ ବିଷୟ ଥିଲେ ନିର୍ବାଚନ ଆୟୋଗଙ୍କ ଅନୁମତି ନେବା ଅନିବାର୍ଯ୍ୟ ବୋଲି କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+